ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ

Jan 5, 2020 - 06:07
 204
ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ
କଟକ:୪/୧(ସକାଳଖବର): ବରିଷ୍ଠ ଫଟୋ ସାମ୍ବାଦିକ ଜ୍ୟୋତି ପ୍ରକାଶ ରାଓଙ୍କ ମାତା କରୁଣା ରାଓଙ୍କର ୮୯ ବର୍ଷ ବୟସରେ ନିଜ ମେହେନ୍ଦିପୀର ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗୀୟା ରାଓ ମିଷ୍ଠଭାଷୀ, ମେଳାପୀ ତଥା ପରୋପକାରୀ ଥିଲେ । ଗତ କିଛି ବର୍ଷ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ରହି ନିଜ ପୁତ୍ର ଜ୍ୟୋତି ତତ୍ତ୍ୱାବଧାନରେ ଥିଲେ । ସ୍ୱର୍ଗତା ରାଓ ହେଉଛନ୍ତି ବିଶିଷ୍ଟ ହୋମିଓପାଥିକ ଚିକିତ୍ସକ ଡ଼କ୍ଟର ଅଭିନ୍ନ ଚନ୍ଦ୍ର ରାଓଙ୍କ ପୁତ୍ରବଧୂ । ତାଙ୍କର ୪ ଝିଅ ଅଛନ୍ତି । ଏକମାତ୍ର ପୁତ୍ର ଜ୍ୟୋତି ପ୍ରକାଶ ଫଟୋ ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଛନ୍ତି । ପୂର୍ବରୁ ସ୍ୱାମୀଙ୍କ ପରଲୋକ ଘଟିଥିଲା । ଆଜି ଏକାଦଶାହ ଅବସରରେ ବହୁ ବ୍ୟକ୍ତିବିଶେଷ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗୁଣାବଳୀ ସ୍ମରଣ କରିଥିଲେ । ‘ସକାଳଖବର’ ପକ୍ଷରୁ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।