ଗ୍ରାମବାସୀଙ୍କ ରେଳରୋକ ଆନେ୍ଦାଳନ

Aug 3, 2018 - 13:56
 150
ଅନୁଗୋଳ ୩/୮(ସକାଳଖବର) ନାଲକୋ ସ୍ମେଲଟର ପ୍ଲାଣ୍ଟ ଓ ନିର୍ମାଣ ହେବାକୁ ଥିବା ଆଲୁମିନିୟମ ପାର୍କ ନିକଟ ଗାଢ଼ରଖାଇ ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନା କରି ବୁଧବାର ନାଲକୋ ରେଳ ଧାରଣାରେ ରେଳରୋକ କରାଯାଇଛି । ଆନେ୍ଦାଳନକାରୀଙ୍କ ଦାବି ଏବଂ ୨୦୧୭ରେ ଆରପିଡ଼ିଏସି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ନାଲାକୋ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପାଳନ କରୁନାହିଁ । ନାଲକୋ ଯୋଗୁଁ ଅଞ୍ଚଳରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଅନେକ ସମୟରେ ପ୍ଲାଣ୍ଟରୁ ଫ୍ଲୋରାଇଡ଼ ଗ୍ୟାସ ନିର୍ଗତ ହୋଇଥିବା ଯୋଗୁଁ ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗୃହପାଳିତ ପ୍ରାଣୀ ମଧ୍ୟ ରୋଗାଗ୍ରସ୍ତ ହେୁଛନ୍ତି । ଏଥିଯୋଗୁଁ ପିଇବା ପାଣି ପ୍ରଦୂଷିତ ହେଉଛି । ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ତୁରନ୍ତ ଦାବୀ ପୂରଣ ପାଇଁ ସକାଳେ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ଯାଇଥିବା ରେଳଧାରଣାରେ ବସି ଗ୍ରାମବାସୀ ଆନେ୍ଦାଳନ କରିଛନ୍ତି । ଏଥିଯୋଗୁଁ ପ୍ଲାଣ୍ଟକୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହି ଆନେ୍ଦାଳନରେ ଗ୍ରାମ ସଭାପତି ମହେଶ୍ୱର ଦେହୁରୀ, ସତ୍ୟବାନ ବେହେରା, ଅନିଲ ବେହେରା, କୈଳାସ ଦେହୁରୀ, ଶ୍ରବଣ ଦେହୁରୀଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ ।