କୁମଣ୍ଡରେ ଗୋଷ୍ଠୀ ସଂଘର୍ଷ,

Aug 3, 2018 - 14:04
 180
ଅନୁଗୋଳ, ୩/୭ (ସକାଳଖବର) ପୂର୍ବ ବିଦାଦକ୍ୁ କେନ୍ଦ୍ର କରି ଅନୁଗୋଳ ଥାନା କୁମଣ୍ଡ ଗ୍ରାମରେ ବୁଧବାର ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟ ପକ୍ଷରୁ ଢେ଼ଲା ପଥର ସହ ବୋତଲ ମାଡ଼ ହେବା ଫଳରେ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ୟି ହୋଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିଛି । ତଥାପି ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପାଟ୍ରୋଲିଂ କରାଯାଉଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି । ଏ ନେଇ ଅନୁଗୋଳ ଥାନାରେ ଉଭୟ ପକ୍ଷ ଲିଖିତ ଅଭିଯୋଗ କରିବା ପରେ ନଂ.୫୦୫/୧୮ ଓ ୫୦୭/୧୮ରେ ଦୁଇଟି ମାମଲା ରୁଜୁ ହୋଇଛି । ଖବରରୁ ପକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ କୌଣସି କଥାନୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବଚସା ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ରାତିରେ ଗୋଟିଏ ଗୋଷ୍ଠୀର ଲୋକ ସାହୁପଡ଼ା ଛକରେ ଥିବା ସିମେଣ୍ଟ ପିଣ୍ଡିକୁ ଭାଙ୍ଗି ଦେଇଥିଲେ । ବୁଧବାର ସକାଳୁ ଏହାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଥିଲା । ପରିସ୍ଥିତି ଏପରି ଉପୁଜିଥିଲା ଯେ ଉଭୟ ସାହି ବାସିନ୍ଦାଙ୍କ ମଧ୍ୟରେ ପଥରମାଡ଼ ସହ ବୋତଲ ମାଡ଼ ହୋଇଥିଲା । ଖବର ପାଇ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସୁଧୁରିଥିଲଶ