କେନ୍ଦ୍ର ଅନୁଦାନ ନଦେଲେ ବି ଯୋଜନା ଜାରୀ ରହିବ :ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର,୫/୨(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନବରଂଗପୁର ଗସ୍ତରେ ଯାଇ ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ୧୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।
ଭିତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା ଚନ୍ଦାହାଣ୍ଡି ବ୍ଲକ୍ ଭଣ୍ଡାରି ନଦୀ ଉପର ୨ଟି ସେତୁ , ରାଇଘର ବ୍ଲକ୍ ଭାଟିପଖାନ୍ ନାଳ ଓ ଉମରକୋଟ ବ୍ଲକ୍ ର ସାନବାର୍ଲି ରାସ୍ତାର ସ୍ଥାନୀୟ ନାଳ ଉପରେ ୨ଟି ସେତୁ , ନବରଙ୍ଗପର-ଖତିଗୁଡା ରାସ୍ତା ଏବଂ ନବରଙ୍ଗପୁର- ଡହଣା-ଡିଗିସଲପା ରାସ୍ତା ଉନ୍ନତିକରଣ , କୋଡିଙ୍ଗା-ଚଟାହାଣ୍ଡି ରାସ୍ତରେ ତୁରୀନଦୀ ଉପରେ ହାଇଲେଭଲ ସେତୁ , ନବରଙ୍ଗପୁର-ରାଜୋଡା-କୋଷାଗୁମୁଡା ରାସ୍ତାରେ ହାଇଲେଭଲ ସେତୁ ପୂଜାରୀଗୁଡା-ଅଂଚଳଗୁମା -ମଇଦଲପୁର ରାସ୍ତାର ସ୍ଥାନୀୟ ନାଳ ଉପରେ ହାଇ ଲେଭଲ ସେତୁ , କୋଷାଗୁଡାକେରାଣ୍ଡି ନାଳ ଉପରେ ଏବଂ ପାପାଡାହାଣ୍ଡି-କୋଡିଙ୍ଗା-କୋଷାଗୁମୁଡା ରାସ୍ତ ଉପରେ ୨ ଟି ହାଇଲେବଲ ସେତୁ ଏବଂ ଡିଆଇଇଟି ନବରଙ୍ଗପୁରରେ ୧୦୦ଟି ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ । ସେହିପରି ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ପାତ୍ରପୁଟ ହାଇସ୍କୁଲ ଓ ଜାମଗୁଡା ହାଇସ୍କୁଲରେ ୧୦୦ ଶଯ୍ୟା ବିଶିଷ୍ଟ ସଂଖ୍ୟାଲଘୁ ଛାତ୍ରାବାସ ,ଜଟାବାଲ , ବାଘସିଉନୀ ଉନ୍ନିତ ହାଇସ୍କୁଲ, ପାପାଡାହାଣ୍ଡଇରେ ୨ ଟି ଉନ୍ନିତ ହାଇସ୍କୁଲ , ଡାବୁଗାଁ ଉଚ୍ଚ ମାଧ୍ୟମିକ ସ୍କୁଲ ,ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ,ଲିଗାଲ ମେଟ୍ରୋଲୋଜି କାର୍ଯ୍ୟାଳୟ , ସୌନ୍ଦର୍ଯ୍ୟକୃତ ହିରଲିଡୋଙ୍ଗରୀ ପାହାଡ ଓ ଜିଲ୍ଲା ଶିଳ୍ପକେନ୍ଦ୍ର କାର୍ଯ୍ୟାଳୟ ଇତ୍ୟାଦି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରିଥିଲେ ।
ଏହାପରେ ନବରଙ୍ଗପୁରର ଉମରେକୋଟ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି । ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ଆମେ ବିକାଶ ଅନୁଦାନ ବନ୍ଦ କରିବୁ ନାହିଁ । ବିଜୁ କେବିକେ ଯୋଜନା ଜାରି ରହିବ । କାଳିଆ ଯୋଜନା ସାରା ଦେଶରେ ଆଦୃତ ହୋଇଛି । ·ଷୀଙ୍କ ପିଲାଙ୍କ ପାଇଁ କାଳିଆ ବୃତି ଯୋଜନା ଆରମ୍ଭ ହୋଇଛି । ଏସସି/ଏସଟିଙ୍କ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉମକୋଟ ସଭାରେ ଯୋଗ ଦେବା ପର ମୁଖ୍ୟମନ୍ତ୍ରୀ କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ଯୋଗ ଦେଇଥିଲେ ।