କଂଗ୍ରେସର ସାଂଗଠନିକ ବୈଠକ

Nov 15, 2018 - 16:29
 179
କଂଗ୍ରେସର ସାଂଗଠନିକ ବୈଠକ
ଭୁବନେଶ୍ୱର, ୧୫/୧୧ (ସକାଳଖବର): କଂଗ୍ରେସ ଭବନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଦଳକୁ ମଜବୁତ୍ କରିବାପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ସମସ୍ତ ବିଧାୟକଙ୍କ ସମେତ ସାଂଗଠନିକ କର୍ମକର୍ତାମାନେ ଉପସ୍ଥିତଥିଲେ । ପ୍ରଦେଶ କଂଗ୍ରେସ ସଭାକକ୍ଷରେଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ଆୟୋଜିତ ହୋଇଥିଲା । ଓଡ଼ିଶା ଜାଗରଣ ଯାତ୍ରାକୁ ଅଧିକ କ୍ରିୟାଶୀଳ କରିବା ଓ ଗ୍ରାମପଂଚାୟତ ଲୋକଙ୍କ ସହ ସିଧାସଳଖ ଯୋଡ଼ିବାପାଇଁ ଜିଲ୍ଲା ସଭାପତିମାନେ ୪ଦିନ ମଧ୍ୟରେ ସେମାନଙ୍କର କାର୍ଯ୍ୟଖସଡ଼ା ଦେବାକୁ ସମ୍ମତିପ୍ରକାଶ ପାଇଥିଲା । ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ପରିଷଦ ଜୋନ କମିଟି ଓ ବୁଥ କମିଟି ସଂପୂର୍ଣ୍ଣ ଗଠନ କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକ ପଠାଇବାକୁ ବୈଠକରେ ଗୁରୁତ୍ୱଆରୋପ କରାଯାଇଥିଲା । ସାଢେ଼ ୧୮ ବର୍ଷର ନବୀନ ସରକାର ଓ ସାଢେ଼ ୪ ବର୍ଷର ମୋଦି ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ କଂଗ୍ରେସ ଦଳ ଏକମାତ୍ର ବିକଳ୍ପ ବୋଲି ସମବେତ ନେତୃମଣ୍ଡଳୀଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବର୍ଣ୍ଣନା କରିଥିଲେ । ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ର ଯୋଗଦେଇ କଂଗ୍ରେସ ଦଳର ସାଂଗଠନିକ ପୁନଃବିନ୍ୟାଶରେ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଇଥିବାରୁ ସଂଗଠନ ସୁଦୃଢ଼ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ନବକିଶୋର ଦାସ, ଏଆଇସିସି ସଂପାଦକ ସେକ୍ ମସ୍ତାନ ଅଲ୍ଲୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ପୋ୍ରଜେକ୍ଟ ଶକ୍ତି ଓ ମୋ ବୁଥ ମୋ ଗୌରବ ଉପରେ ଆଲୋକପାତ କରିଥିଲେ । ପ୍ରଦେଶ କଂଗ୍ରେସର ବିଭିନ୍ନ କର୍ମକର୍ତା ଓ ଜିଲ୍ଲା କଂଗ୍ରେସର ସଭାପତି ଓ କାର୍ଯ୍ୟକାରୀ ସଭାପତି ମାନେ ସେମାନଙ୍କର ବହୁମୂଲ୍ୟ ମତାମତ ବୈଠକରେ ଉପସ୍ଥାପନ କରିଥିଲେ । ଅନୁ୍ୟନ ୧୦୧ ଜଣ ବୈଠକରେ ଅଂଶଗ୍ରହଣ କରିଥିଲେ ।