କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର

Jan 24, 2019 - 15:30
 197
କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର
ଅନୁଗୋଳ,୨୪/୧(ସକାଳଖବର): ଅନୁଗୋଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କିନ୍ନରମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ସ୍ଥାନୀୟ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କିନ୍ନର ମାନେ ବିଶ୍ୱାସଯୋଗ୍ୟ ଓ ଭରସା ଯୋଗ୍ୟ କିନ୍ତୁ ଆମର ମାନସିକତା ପରିବର୍ତ୍ତନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସମସ୍ତଙ୍କ ସହ ମିଶି ବଞ୍ଚିପାରିବେ ସେ ଦିଗରେ ଆମେ ଯତ୍ନବାନ ହେବା ଆବଶ୍ୟକ ବୋଲି ଆୟୋଜିତ ଶିବିରର ମୂଳ ଉଦେ୍ଧଶ୍ୟ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଅଶାନ୍ତ କୁମାର ଦାସ ଯୋଗ ଦେଇ କିନ୍ନର ମୌଳିକ ଅଧିକାର ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭିଜିଲନ୍ସ ଜଜ ରୂପଶ୍ରୀ ଚୌଧୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅରିଜିତ ଦାଶ ପ୍ରବେଶନାଲ ଅଫିସର ତାରେଣୀ ପ୍ରସାଦ ସାହୁ, ଚରଣ କୁମାର ଜେନା, ସରକାରୀ ଓକିଲ ପରମାନନ୍ଦ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ସମାଜରେ ଅବହେଳିତ କିନ୍ନର ମାନଙ୍କୁ କିଭଳି ନ୍ୟାୟ ମିଳିବ ଓ ସମାଜରେ ସେମାନେ କିଭଳି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଭିନନ୍ଦିତା ପଣ୍ଡା ଓ ପାରା ଲିଗାଲ ଭାଲାଣ୍ଟିୟର ପ୍ରତାପ ମହାପାତ୍ର, ଦେବେଶ ରଥ ଓ ସତ୍ୟ ନାରାୟଣ ସିଂହ ସମାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୫୦ରୁ ଉଦ୍ଧ୍ୱର୍ କିନ୍ନର ଅଂଶଗ୍ରହଣ କରିଥିଲେ ।