କଂଗ୍ରେସ ଛାଡ଼ିଲେ ଅଲୋଡ଼ା

Nov 17, 2018 - 18:10
 299
କଂଗ୍ରେସ ଛାଡ଼ିଲେ ଅଲୋଡ଼ା
ଭୁବନେଶ୍ୱର, ୧୬/୧୧ (ସକାଳଖବର): ଭାବିଥିଲେ କଂଗ୍ରେସ ଛାଡିବାକୁ । ହୋଇପାରେ କଂଗ୍ରେସ ଛାଡିବାର ପ୍ରଥମ ସୋପାନ ସ୍ୱରୂପ ସେ ବିଧାୟକ ପଦ ଛାଡିଛନ୍ତିା କୃଷ୍ଣ ଶଗରିଆ କଂଗ୍ରେସ ଛାଡିବେ ବୋଲି ଯେତେବେଳେ ଆମ ସଦା ଉଜ୍ଜ୍ୱଳ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପଚରା ଗଲା ସେତେବେଳେ ସେ କହିଲେ କଂଗ୍ରେସ ଛାଡି କିଏ ଭଲରେ ଅଛି । କୃଷ୍ଣ ଶଗରିଆ ଛାଡି ପଳାଇଲେ କଂଗ୍ରେସ ଉପରେ କିଛି ପ୍ରଭାବ ପଡିବନି । କୃଷ୍ଣ ଓ ତାରାଙ୍କ ସଂପର୍କ ଭଲ ନାହିଁ । ଅବଶ୍ୟ ତାରା ଏକଥାକୁ ଅସ୍ୱୀକାର କରଛନ୍ତି । କିନ୍ତୁ ସେ ମଞ୍ଜି କଥାଟେ କହିଛନ୍ତିା ଏଇଟା ଲୋକଙ୍କ ମନକୁ ପାଇଛି । ସତରେ କଂଗ୍ରେସ ଛାଡି କେଉଁ ନେତା ଭଲରେ ଅଛନ୍ତି ଯେ । ଭୂିନ୍ଦର ସିଂ ବିରୋଧୀ ଦଳ ନେତା ଥିଲେ । ସେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ । ଅଳ୍ପଦିନ ପାଇଁ ରାଜ୍ୟସଭାକୁ ଯାଇଥିଲେ । ଏବେ ଅଲୋଡା ହୋଇଯାଇଛନ୍ତି ା ଲୋକେ ତାଙ୍କୁ ଭୁଲି ଗଲେଣି । କଂଗ୍ରେସରେ ଥିବାବେଳେ କିଛି ନହେଲେ ବାବୁଙ୍କ ମୁହଁଟା ତ ନିୟମିତ ଦେଖିବାକୁ ମିଳୁଥିଲା । ଏବେ ତ ଏହା ବି ସାତ ସପନ । ବିଜେଡି ଟିକିଏ ଅଲଗା ଦଳ । ଏଠି ମନଇଛା କିଛି କରିହେବନିା ଆହୁରି ଅନେକ ନେତା ଯେଉଁମାନେ କଂଗ୍ରେସ ଛାଡି ଆସିଛନ୍ତି ସେମାନଙ୍କ ଅବସ୍ଥା ମ୍ମ ସେଇଆା ବାବୁ ଗିରିଧର ଗମାଙ୍ଗୋ କଂଗ୍ରେସ ଛାଡି ବିଜେପିରେ ଅଛନ୍ତି । ସେଠି ତାଙ୍କ ସ୍ଥାନ ଜଣେ ରିଟାୟାର୍ଡ ଚାକିରିଆ ସଦୃଶ । ସୁଲୋଚନା ଦିଦି ବି ହାତ ଛାଡି ବିଜେଡିକୁ ଯାଇଛନ୍ତି । ତାଙ୍କ ଭାଗ୍ୟ ଟିକେ ଭଲ ଅଛି । ଲବି କାମଦେଲେ ରାଜ୍ୟ ମହିଳା କମିଶନ ଅ୍ମକ୍ଷା ବନି ଯାଇପାରନ୍ତି । କିନ୍ତୁ ମୋଟା ମୋଟି ଭାବେ କଂଗ୍ରେସ ଛାଡି ବିଜେପି ଓ ବିଜେଡିରେ ମିଶିଥିବା ଲୋକେ ଆହୁରି ପଛକୁ ଠେଲି ହୋଇଯାଇଛନ୍ତିା କଥାଟା ମହରଗରୁ ଆସି କାନ୍ତାରରେ ପଡିବା ସଦୃଶ । ଆଉ ତାରାଭାଇ ଭୁଲ କହିଲେ କେମିତିା ହଁ ତାରାବାବୁଙ୍କଠାରୁ ଦୁଇପାଦ ଆଗକୁ ଯାଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଲେ କଂଗ୍ରେସ ଛାଡି ଯିଏ ଯିବାକଥା ଯାଉା ଅଗାଡି ଗୁଡା ଚାଲିଗଲେ ଭଲ । ଅଗାଡିଚାଲିଗଲେ ଦଳରେ ଖାଲି ଧାନ ରହିଯିବ । ଆ..ହା ସୁରଙ୍କର କି ବିଚାର ! ହଁ ଆଉ ଗୋଟେ କଥା କୃଷ୍ଣ ଯଦି କଂଗ୍ରେସ ଛାଡିବେ, ଯିବେ କୁଆଡେ । ବିଜେପିକୁ ଗଲେ ଭଲକଥା । ବିଜେଡିକୁ ଗଲେ ସବୁ ମାନ ଇଜ୍ଜତ ଚାଲିଯିବ ା କାରଣ ସେ କହିଛନ୍ତି କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ନଦେଇପାରିବାରୁ ବିବେକ ଡାକରାରେ ନିଜ ପଦରୁ ଇସ୍ତ‘ା ଦେଇଛନ୍ତି । ତେଣୁ ସେ ବିଜେଡିକୁ ଗଲେ ଲୋକେ ପଚାରିବେ ବିଜେଡି କ’ଣ କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେଇଛି ? ଅବଶ୍ୟ ରାଜନୀତିରେ କିଛି ଅସମ୍ଭବ ନୁହେଁ । ଏହି ଦେଖୁ ନାହାଁନ୍ତି ସୌମ୍ୟରଞ୍ଜନ କେମିତି ସ୍ୱାଭିମାନକୁ ବନ୍ଧା ପକାଇ ବିଜେଡିରେ ମିଶିଛନ୍ତିା ଚିଟ୍ ‘‘ କ୍ଷତିଗ୍ରସ୍ତଙ୍କୁ ଟଙ୍କା େ‘ରସ୍ତ ଓ ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଏବଂ ପେନସନ ଦେବାଲାଗି ସେ ନିଜ ସ୍ୱାଭିମାନକୁ ବନ୍ଧା ପକାଇ ବିଜେଡିକୁ ଆସିଛନ୍ତି । ଆହା କି ବଳିଦାନ !