ସମୀର ବନ୍ଧରେ ଦିଲ୍ଲୀପ ଘଳିଆ

Nov 17, 2018 - 18:07
 162
ସମୀର ବନ୍ଧରେ ଦିଲ୍ଲୀପ ଘଳିଆ
ପୁରୀ, ୧୭/୧୧ (ସକାଳଖବର) : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ନିମାପଡାରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ରାଜ୍ୟରେ ବିଜୁ ଜନତା ଦଳର ଦବଦବା ଜାରି ରହିଥିବାବେଳେ ବିଜୁ ଜନତାଦଳରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କର ଯଥେଷ୍ଟ ପ୍ରଭାବ ରହିଛି । ସମୀର ଜିଲ୍ଲା ଯୋଜନାବୋର୍ଡର ଅ୍ମକ୍ଷ ଓ ଦଳର ମୁଖପାତ୍ର ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । ତେବେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ପାଗ ଭିଡିଥିବା ଦିଲ୍ଲୀପ ନାୟକ ନିମାପଡାରେ ବିଜୁ ଜନତାଦଳର ସଂଗଠନ ଲାଗି ଚିନ୍ତାର କାରଣ ହୋଇଛନ୍ତି । ଶ୍ରୀ ନାୟକ ନିମାପଡା-ଗୋପ ନବନିର୍ମାଣ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚନମଣ୍ଡଳିର ବିଭିନ୍ନ ସ୍ଥାନରେ ଜନସଂପର୍କ ଅଭିଯାନ ଜାରି ରଖିଛନ୍ତି । ଶ୍ରୀ ନାୟକଙ୍କୁ ନିମାପଡା ଅଞ୍ଚଳରେ ଥିବା ବିଜୁ ଜନତାଦଳର ବହୁ ପୁରୁଖା କର୍ମୀ ସମର୍ଥନ କରୁଛନ୍ତି । ଅନ୍ୟ ପକ୍ଷରେ ସମୀର ଦାଶଙ୍କୁ ସହ୍ୟ କରି କରିପାରୁନଥିବା ପୁରୀ ଜିଲ୍ଲାର ଅନେକ ପ୍ରଭାବଶାଳୀ ଦଳୀୟ ନେତା ପରୋକ୍ଷ ସମର୍ଥନ କରୁଥିବାରୁ ଦିଲ୍ଲୀପ ଅଧିକ ଉତ୍ସାହିତ ହୋଇପଡିଛନ୍ତି । ତାଙ୍କ ସମର୍ଥକମାନେ ଏଥର ଶଙ୍ଖଚିହ୍ନ ଦିଲ୍ଲୀପ ନାୟକଙ୍କର ବୋଲି ଜୋରଦାର ପ୍ରଚାର ଚଳାଇଛନ୍ତି । ପ୍ରତ୍ୟେକ ନିର୍ବାଚନରେ ବିଜୁ ଜନତାଦଳ ବହୁ ନୂଆ ମୁହଁକୁ ପ୍ରାଧାନ୍ୟ ଦେଇଆସୁଛି । ଗତ ବିଧାନସଭା ନିର୍ବାଚନରେ ଦଳୀୟ କର୍ମୀଙ୍କ ମତାମତକୁ ଉପେକ୍ଷା କରି କଂଗ୍ରେସଶ୍ରୀ ପାତ୍ରଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରିଥିବାରୁ ତକôାଳୀନ ଦଳୀୟ ପ୍ରାର୍ଥୀ ଅମାନତ ହରାଇଥିଲୋ ବହୁ କଂଗ୍ରେସ କର୍ମୀ ତତକାଳୀନ ବିଜେଡି ପ୍ରାର୍ଥୀ ସମୀର ଦାଶଙ୍କୁ ହରାଇବା ଲକ୍ଷ୍ୟରେ ଭାଜପାପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ସମର୍ଥନ କରିଥିଲେ । ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶ୍ରୀ ପାତ୍ରଙ୍କର ସଫଳ ଗୋଟି ଚାଳନା ଯୋଗୁଁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ସମୀର ଦାଶଙ୍କ ଭାଇଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା ।