୩ ଲୋକସଭା , ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

Apr 1, 2019 - 18:28
 126
ଭୁବନେଶ୍ୱର,୧/୪(ସକାଳଖବର): ସୋମବାର ଦିନ ବିଜେପି ତରଫରୁ ତିନିଟି ଲୋକସଭା ଓ ଏଗାରଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ୩ ଟି ଲୋକସଭା ଆସନ ହେଲା ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକ । ମୟୂରଭଞ୍ଜ ଲୋକସଭା ଆସନରୁ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ସେଠୀ ଓ ଯାଜପୁରରୁ ଅମିୟ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି । ଅଭିମନ୍ୟୁ ସେଠୀ ହେଉଛନ୍ତି ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଅର୍ଜୁନ ସେଠୀଙ୍କ ପୁଅ । ଅର୍ଜୁନ ସେଠୀ କଂଗ୍ରେସ, ଜନତା ଦଳ ଓ ବିଜେଡି ଟିକେଟ୍ ରୁ ୮ ଥର ସାଂସଦ ଓ ୨ ଥର ବିଧାୟକ ହୋଇଛନ୍ତି । ସେହିପରି ୧୧ ଟି ବିଧାନସଭା ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ଉତରରୁ ଅଭିନେତ୍ରୀରୁ ରାଜନୀତିକୁ ଓହ୍ଲାଇଥିବା ଅପରାଜିତା ମହାନ୍ତିଙ୍କୁ ଟିକେଟ୍ ମିଳିଥିବା ବେଳେ ଇସ୍ତଫା ଦେଇ ପୁରଣି ବିଜେପିକୁ ଫେରିଥିବା ବିଜୟ ମହାପାତ୍ରଙ୍କୁ ପାଟକୁରା ଆସନ ପାଇଁ ଟିକେଟ୍ ମିଳିଛି ।