ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି

Mar 1, 2021 - 07:27
 99
ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି
ଭୁବନେଶ୍ୱର(ସକାଳଖବର)୦୧ମାର୍ଚ୍ଚ/୨୦୨୧ : ଆଜି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ପୋଲିସ ସେବାରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ସତ୍ୟଜିତ ମହାନ୍ତିଙ୍କୁ ୬୨ ବର୍ଷ ବୟସ ହେବା ଯାଏଁ ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ । ଓଡ଼ିଶା ପୁଲିସର ପୁଲିସ କମିସନର, ଇଣ୍ଟିଲିଜେନ୍ସି ଡାଇରେକ୍ଟର ଓ ଅଗ୍ନିଶମ ଡିଜି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ ଆଇପିଏସ ସତ୍ୟଜିତ ମହାନ୍ତି। ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । ଗତକାଲି ସରକାର ତାଙ୍କ ଭିଆରଏସ ଆବେଦନ ଗ୍ରହଣ କରିବା ପରେ ସେ ପୋଲିସ ସେବାରୁ ଅବସର ନେଇଛନ୍ତି । ତାଙ୍କ ପାଇଁ ନରାଜରେ ଏକ ବିଦାୟୀ ପରେଡ ଅନୁଷ୍ଠିତ ହୋଇଥିଲା । ଏହାପରେ ଭୁବନେଶ୍ୱରରେ ପୋଲିସ ଟ୍ରେନିଂ ଏକାଡେମୀରେ ଏକ ବିଦାୟ ସଭା ହୋଇଥିଲା ।