ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ

Mar 1, 2021 - 07:04
 148
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ
ଭୁବନେଶ୍ୱର(ସକାଳଖବର)୦୧ମାର୍ଚ୍ଚ/୨୦୨୧ :ଆଜିଠୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଥିବାବେଳେ ସେଥିରେ ଦେଶରେ ସମସ୍ତ ବରିଷ୍ଠ ନାଗରିକ ଟୀକା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କୋଭାକ୍ସିନ କରୋନା ଟିକା ନେଇଥିଲେ। ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ‘ ମୁଁ ଖୁସି ଯେ ମୁଁ ଆଜି କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଲି। ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ କାମ କରୁଥିବା ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ବରିଷ୍ଠ ବ୍ୟକ୍ତି ଓ ରୋଗାକ୍ରାନ୍ତ ଲୋକଙ୍କୁ ଏହି ଟୀକା ଦିଆଯାଉଛି । ୬୦ ବର୍ଷରୁ ଅଧିକ ବ୍ୟକ୍ତି କିମ୍ବା ୪୫ ବର୍ଷରୁ ଅଧିକ ରୋଗରେ ପୀଡିତ ଥିବା ବ୍ୟକ୍ତି ଏହି ପର୍ଯ୍ୟାୟରେ ଟୀକା ନେବେ । ସେପଟେ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଥମ ସୋପାନ କରୋନା ଟୀକାକରଣ କରାଇଛନ୍ତି । ସୂଚନାଯୋଗ୍ୟ, ଆଜିଠାରୁ ଦେଶର ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୯ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।