୧୦ ଜିଲ୍ଲାର ତଦାରଖ ପାଇଁ ନିଯୁକ୍ତ ହେଲେ ୧୦ ବରିଷ୍ଠ ଅଧିକାରୀ

Mar 2, 2021 - 07:41
 87
୧୦ ଜିଲ୍ଲାର ତଦାରଖ ପାଇଁ ନିଯୁକ୍ତ ହେଲେ ୧୦ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର(ସକାଳଖବର)୦୨ମାର୍ଚ୍ଚ/୨୦୨୧ : ସ୍ୱାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବାକୁ ୧୦ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୦ ଅଧିକାରୀ । ୩ ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ୧୦ ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀ । ସ୍ୱାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବେ ଏହି ସବୁ ଅଧିକାରୀ । କନ୍ଧମାଳ ପାଇଁ ମଧୁସୂଦନ ପାଢୀ, କଳାହାଣ୍ଡିରେ ସତ୍ୟବ୍ରତ ସାହୁ, ବଲାଙ୍ଗୀର ସୁରେନ୍ଦ୍ର କୁମାର , ଢେଙ୍କାନାଳ ପାଇଁ ରଞ୍ଜନା ଚେପା ଓ ନୂଆପଡାରେ ବିଷ୍ଣୁପଦ ସେଠୀ ନିଯୁକ୍ତ ହୋଇଛନ୍ତି । ସେହିପରି ଗଜପତି ପାଇଁ ଭାସ୍କର ଜ୍ୟୋତି ଶର୍ମା , କୋରାପୁଟ ପାଇଁ ସନ୍ତୋଷ ଷଡଙ୍ଗୀ, ନବରଙ୍ଗପୁରରେ ଅରବିନ୍ଦ ଅଗ୍ରଓ୍ୱାଲ, ରାୟଗଡା ନିକୁଞ୍ଜ ବିହାରୀ ଧଳ ଓ ମାଲକାନଗିରି ପାଇଁ ନୀତିନ ଭାନୁଦାସ ଜାଓ୍ୱଲେଙ୍କୁ ନିଯୁକ୍ତି ଦିଆଯାଇଛି ।