ଏମପିସି ଅଟୋନମାସ କଲେଜର ମୁଖ୍ୟକିରାଣୀ ଗଲେ ଜେଲ

Sep 5, 2018 - 16:43
 230
ବାରିପଦା,୫/୯ (ସକାଳଖବର): ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡା (୫୬)ଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ଓକିଲ ଜାମିନ ନିମନ୍ତେ ଆବେଦନ କରିଥିଲେ । ମାଜିଷ୍ଟ୍ରେଟ ଜାମିନ ନାମଞ୍ଜୁର କରିବା ସହ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଗତ ମଙ୍ଗଳବାର ବାଲେଶ୍ୱର ଏବଂ ବାରିପଦା ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ପରିଡାଙ୍କ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ କାର୍ଯ୍ୟାଳୟ ସମେତ ତାଙ୍କର ବୈଶିଙ୍ଗାସ୍ଥିତ ନିଜସ୍ୱ ତିନି ମହଲା କୋଠା , ଖଣ୍ଡଦେଉଳିଆସ୍ଥିତ ଦଇୁମହଲା ପୈତୃକ ଘର ଏବଂ ଅନ୍ୟ ଏକ ନିର୍ମାଣାଧିନ ଘର ଉପରେ ଚଢାଉ କରିବା ସହିତ ବାରିପଦାରେ ଥିବା ନିଜର ଏକ ବଡ ପ୍ଲଟ ଓ ଭୁବନେଶ୍ୱର , ବୈଶିଙ୍ଗା ଆଦି ସ୍ଥାନରେ ଥିବା ମୋଟ ୨୬ ଗୋଟି ପ୍ଲଟକୁ ଜବତ କରିଥିଲେ ।