କୁଖ୍ୟାତ ସାଇକେଲ ଚୋର ଗିରଫ

Aug 19, 2018 - 17:44
 195
କୁଖ୍ୟାତ ସାଇକେଲ ଚୋର ଗିରଫ
ଅନୁଗୋଳ,୧୯/୮ (ସକାଳଖବର): ଅନୁଗୋଳ ସହର ଏବେ ପାଲଟିଯାଇଛି ଚୋର, ଖଣ୍ଟ, ଲୁଟେରା, ଡ଼କାୟତଙ୍କ ଆଶ୍ରୟସ୍ଥଳୀ । ପ୍ରତିଦିନ କିଛି ନା କିଛି ଚୋରୀ, ରାହାଜାନୀ ଘଟଣା ସାମନାକୁ ଆସୁଥିବା ବେଳେ ଆଜି ଜଣେ କୁଖ୍ୟାତ ସାଇକେଲ ଚୋରକୁ ଲୋକମାନେ କାବୁ କରି ପୁଲିସକୁ ଦେଇଥିବା ଜଣାଯାଇଛି । ଏହି ସାଇକେଲ ଚୋରଟି ସହରରୁ ପ୍ରାୟ ୫ ଶହରୁ ଉଦ୍ଧ୍ୱର୍ ସାଇକେଲ ଚୋରୀ କରି କବାଡ଼ିରେ ବିକ୍ରି କରିଥିବା କହୁଛି । ଆଉ କବାଡ଼ିରେ ଗୋଟିଏ ସାଇକେଲକୁ ୧ ହଜାର ଟଙ୍କାରେ ବିକ୍ରି କରିଥିବା କହୁଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତି ୯ଟା ବେଳେ ଅମଲାପଡ଼ା ବାସନ୍ତୀ ଦୁର୍ଗାମଣ୍ଡପ ନିକଟରେ ଥିବା କୋଚିଙ୍ଗ ସେଣ୍ଟର ପାଖରୁ ସାଇକେଲ ଚୋରୀ କରୁଥିବା ବେଳେ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଲୋକମାନେ ମିଶି ଚୋରକୁ କାବୁ କରିଥିବା ଜଣାଯାଇଛି । ଏହି ଚୋରଟିର ଘର ଠାକୁରଗଡ଼ ଥାନା ବରହ ଗାଁର ନରେନ୍ଦ୍ର ବେହେରାଙ୍କ ପୁଅ ମୋହନ ବେହେରା (୨୬) ବୋଲି ଜଣାପଡ଼ିଛି ।