ପାର୍କିଂ ଫି ଆଦାୟକୁ ବିରୋଧ କରି ମାମଲା ଦାୟର

Sep 5, 2018 - 16:27
 233
ପାର୍କିଂ ଫି ଆଦାୟକୁ ବିରୋଧ କରି ମାମଲା ଦାୟର
କଟକ,୫ା୯(ସକାଳଖବର): କୋଣାର୍କ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(ଆଇଓସିଏଲ) ପକ୍ଷରୁ ବେଆଇନ ଭାବେ ପାର୍କିଂ ଫିସ ଆଦାୟ କରାଯିବା ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ମୁକ୍ତେଶ୍ୱର ସ୍ୱାଇଁଙ୍କ ପକ୍ଷରୁ ଦାୟର ମାମଲାରେ ଏପରି ଫି ଆଦାୟକୁ ବିରୋଧ କରାଯାଇ ନଗର ଉନ୍ନୟନ ବିଭାଗ, ପୁରୀ ଜିଲାପାଳ, କୋଣାର୍କ ଏନଏସି, ଆଇଓସିଲ, ଏସଆଇଏସ ସିକୁ୍ୟରିଟି ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି । କୋଣାର୍କ ଏନଏସି ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ଓ ଆବେଦନକାରୀଙ୍କ ପାଇଁ ଆଇନଜୀବୀ ସତ୍ୟଜିତ ବେହେରା, ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କୋଣାର୍କ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସାଇକେଲ, ମୋଟର ସାଇକେଲ ଆଦି ଷ୍ଟାଣ୍ଡ ପାର୍କିଂ ଫି ଆଦାୟ ପାଇଁ ଏନଏସି ପକ୍ଷରୁ ନିଲାମ କରାଯାଇଥାଏ । ଚଳିତ ବର୍ଷ ଏହି ଷ୍ଟାଣ୍ଡ ବାବଦରେ ଫି ଆଦାୟ କରିବା ପାଇଁ ଏନଏସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିବାବେଳେ ଆବେଦନକାରୀ ୭୦ଲକ୍ଷ ଟଙ୍କାରେ ନିଲାମ ଧରିଥିଲେ । ଏଥିପାଇଁ ଆବେଦନକାରୀ ଏନଏସିକୁ ୪୬ଲକ୍ଷ ଟଙ୍କା ପ୍ରଦାନ କରିଥିବା ଦର୍ଶାଇଛନ୍ତି ।