ବିଦେଶୀ ମଦ ଜବତ

Nov 12, 2018 - 18:34
 163
ବିଦେଶୀ ମଦ ଜବତ
ବାରିପଦା,୧୨/୧୧ (ସକାଳଖବର) ମୟୂରଭଞ୍ଜ ଅବକାରୀ ଅଧିକ୍ଷକଙ୍କ ନିଶ ତଳେ ଦୀର୍ଘ ଦିନ ଧରି ଚୋରା ବିଦେଶୀ ମଦ ବ୍ୟବସାୟ ଚାଲିଆସୁଥିବା ସମୟରେ ନଭେମ୍ବର ୧୨ ତାରିଖ ଅପରାହ୍ନରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର଼୍ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ନାମୀଦାମୀ ମଦ କମ୍ପାନୀର ବିପୁଳ ପରିମାଣ ଚୋରା ବିଦେଶୀ ମଦ ଜବତ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଅବକାରୀ ଅଧିକ୍ଷକ ରବୀନ୍ଦ୍ର ନାଥ ସାହୁଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ପ୍ରାୟ ଦେଢ଼ ଶହ ଫୁଟ ଦୂର ଓ ବାରିପଦା ପୌରପରିଷଦ ପାଶ୍ୱର୍ରେ ଥିବା ଜନଗହଳି ପୂର୍ଣ୍ଣ ବାରିପଦା ଘରୋଇ ବସଷ୍ଟାଣ୍ଡ ନିକଟରେ ଅବକାରୀ ବିଭାଗର ବଜର ଆଢ଼ୁଆଳରେ ଏକ ଚୋରା ବିଦେଶୀ ମଦ ଦୋକାନ ଖୋଲମଖୋଲା ଭାବେ ଚାଲିଆସୁଥିଲା । ଆଜି କଟକ ଫ୍ଲାଇଙ୍ଗ ସ୍କ୍ୱାଡର଼୍ର ଡେ଼ପୁଟୀ ସୁପରିଟେଣ୍ଡେଣ୍ଟ ଡ଼ଃ. ଶାନ୍ତନୁ କୁମାର ଦାସଙ୍କ ନେତୃତ୍ୱରେ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ, ଅଫିସର କମଳ ଲୋଚନ ପାଇକରାୟ ଓ ଅନ୍ୟ କର୍ମଚାରୀମାନେ ଆସି ବାରିପଦା ସହରରେ ପହଞ୍ଚି ବାରିପଦା ସଦର ଇନ୍ସପେକ୍ଟର ଅଜୟ କୁମାର ବେହେରାଙ୍କୁ ସାଥୀରେ ନେଇ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।