୪୯ ପ୍ୟାକେଟ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍
ଖୋର୍ଦ୍ଧା,୭/୮ (ସକାଳଖବର): ୧୬ ନମ୍ବର ଜାତୀୟ ରାଜପଥର ଓସିସି ଛକ ନିକଟରୁ ସଦର ଥାନା ପୋଲିସ ଏକ ଗଞ୍ଜେଇ ବୋଝେଇ ଇଣ୍ଡିଗୋ କାର୍ ଜବତ କରିଛି । ଏଥିରୁ ୪୯ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି । ଏକ କ୍ୱିଂଟାଲରୁ ଓଜନର ଏହି ଗଞ୍ଜେଇର ଆନୁମାନିକ ବଜାର ଦର ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।