ଆଇଏଏସ୍ କୋଚିଂ ଓ ସ୍ମାର୍ଟ କ୍ଲାସ୍ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରତି

Mar 8, 2019 - 06:27
 181
ଭୁବନେଶ୍ୱର,୭/୩(ସକାଳଖବର): ଆଜି ଜୟଦେବ ଭବନର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସାର୍ବଜନୀନ ସୁଯୋଗ ସୃଷ୍ଟି ଏବଂ ଗୁଣାତ୍ମକ ଶିକ୍ଷାରେ ଉଚ୍ଚତର ସାଫଲ୍ୟ ଅର୍ଜନ ଲାଗି ଉଚ୍ଚଶିକ୍ଷା ବିଭାଗ ଟି.ସି.ଆଇ.ଏଲ ଏବଂ ଧ୍ୟେୟ ଏଜୁକେସନାଲ ସର୍ଭିସ ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥି ସହିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଛାତ୍ରଛାତ୍ରୀମାନଙ୍କ ପଇଁ ପ୍ରସ୍ତୁତ ଏକକ ଆଦର୍ଶ ପାଠ୍ୟକ୍ରମକୁ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଉନ୍ମୋଚନ କରିଛନ୍ତି । ଅନ୍ତର୍ଜାତୀୟ ମାନକ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍ନାତକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଆଦର୍ଶ ଏକକ ପାଠ୍ୟକ୍ରମକୁ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଏହା ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ଜାତୀୟସ୍ତରୀରେ ବିଭିନ୍ନ ପ୍ରତିଯେଗିତାମୂଳକ ପରୀକ୍ଷାରେ ଅଧିକ ସଫଳତା ହାସଲ କରିାପାରିବେ । ସାମ୍ପ୍ରତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ବିଷୟବସ୍ତୁ ସମୂହକୁ ଏହି ପାଠ୍ୟକ୍ରମରେ ସାମିଲ କରାଯାଇଛି । ୫୧ଟି ସରକାରୀ କଲେଜ ଓ ୫୦ଟି ସରକାରୀ ଅନୁଦାନପ୍ରାପ୍ତ ଘରୋଇ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍ ଏବଂ ଭର୍ଚୁଆଲ୍ କ୍ଲାସ୍ ରୁମ୍ ପ୍ରତିଷ୍ଠା କରଯାଇ ଶିକ୍ଷାଦାନ ପ୍ରଦାନ ନିମନ୍ତେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରାଳୟର ଟିସିଆଇଏଲର ଗ୍ରୁପ୍ ଜେନେରାଲ ମ୍ୟାନେଜର ରାଜୀବ ସାହାଣୀଙ୍କ ସହିତ ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ପ୍ରତ୍ୟେକ ସ୍ମାର୍ଟ କ୍ଲାସ୍ ରୁମରେ ଡେସ୍କ ଟପ୍, ପ୍ରୋଜେକ୍ଟର, ଇଂଟରଆକ୍ଟିଭ ହ୍ୱାଇଟ୍ ବୋଡର଼୍, ୱେୟାରଲେସ୍, ମାଇକୋ୍ରଫୋନ ଓ କ୍ୟାମେରା ଆଦି ଲଗାଯିବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଦୃଶ୍ୟଶ୍ରାବ୍ୟ ଶିକ୍ଷାଦାନ ପ୍ରଣାଳୀ ତଥା ପରୀକ୍ଷାଧର୍ମୀ ଶିକ୍ଷାଗ୍ରହଣ କୌଶଳ ମାଧ୍ୟମରେ ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ । ସେହିପରି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀମନଙ୍କ ସଫଳତାର ହାର ବୃଦ୍ଧି କରିବା ପାଇଁ ଉଚ୍ଚକୋଟୀର ଗୁଣାତ୍ମକ ପ୍ରଶିକ୍ଷଣ ଏବଂ ଦକ୍ଷତା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ନିମନ୍ତେ କୋଚିଂ ପ୍ରଦାନ କରିବା ଉଦେ୍ଧଶ୍ୟରେ ଧ୍ୟେୟ ଏଜୁକେସନାଲ ସର୍ଭିସର ନିଦେ୍ର୍ଧଶକ କମରୁଲ ହକ୍ ଖାନ୍ ସହିତ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଣିକି ଓଡ଼ିଶାର ପିଲାମାନେ ରାଜ୍ୟ ବାହାରକୁ ନଯାଇ ଭୁବନେଶ୍ୱରରେ ଆଇଏଏସ୍ କୋଚିଂ ଗ୍ରହଣ କରିବାର ସୁଯୋଗ ପାଇବେ ।