ବାଇକକୁ ଧକ୍କା ଦେଲା ଟ୍ରକ ; ୨ ମୃତ୍ୟୁ

Jan 8, 2019 - 19:09
 168
ଅନୁଗୋଳ,୮/୧(ସକାଳଖବର): କିଶୋରନଗର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ବାମୁର ବିଦ୍ୟୁତ ଷ୍ଟେସନ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ ଘଟଣାରୁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ବନ୍ତଳା ଥାନା ଇଲାକାର ତୁମୁଣୀ ଗାଁର ଚନ୍ଦ୍ରକାନ୍ତ ବରାଳ ଓ ଜରପଡ଼ା ଗାଁ ଅଞ୍ଚଳର ଉଭୀ ଗାଁର ମାନସ ରଞ୍ଜନ ପ୍ରଧାନ ଉଭୟ ମିଶି ଝାରସୁଗୁଡ଼ା ଅଞ୍ଚଳ ଡ଼୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗତକାଲି ବିଳମ୍ବିତ ରାତିରେ ଉଭୟ ମିଶି ବାଇକ ଯୋଗ ନିଜ ଗାଁକୁ ଆସୁଥିଲା । କିଶୋରନଗର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ବାମୁର-ସବଷ୍ଟେସନ ନିକଟରେ ଏକ ଟ୍ରକ ଆସି ଏହି ଦୁଇଜଣ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଚନ୍ଦ୍ରକାନ୍ତ ଓ ମାନସ ଗୁରୁତର ହୋଇପଡ଼ିଥିଲା । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚô ଗୁରୁତର ଥିବା ଏହି ୨ ଜଣଙ୍କୁ କିଶୋରନଗର ଡ଼ାକ୍ତରଖାନାରେ ଭର୍ତ୍ତୀ କରିଥିଲେ । କିନ୍ତୁ ଏଠାରେ ତାଙ୍କର ମୃତ୍ୟୁ ହୋଇଗଲା । ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି ।