ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଜିଲ୍ଲାପାଳମାନଙ୍କ କର୍ମଶାଳା ଅନୁଷ୍ଠିତ

Aug 31, 2018 - 19:08
 189
ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଜିଲ୍ଲାପାଳମାନଙ୍କ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର,୩୧/୮ (ସକାଳଖବର): ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ସର୍ବ ଦଳୀୟ ବୈଠକ ପରେ ଗୋପବନ୍ଧୁ ଏକାଡେମୀ ଠାରେ ଜିଲ୍ଲାପାଳମାନଙ୍କର ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଏକ ପ୍ରାଥମିକ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି କର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୦ଟି ଜିଲ୍ଲାର ଇଭିଏମ୍ ଏବଂ ଭିଭିପାଟ୍ ଯାଂଚ କରାଯିବ । ପରବର୍ତୀ ସମୟରେ ଅନ୍ୟାନ୍ୟ ଜିଲ୍ଲାର ଇଭିଏମ୍ ଓ ଭିଭିପାଟ୍ ଯାଂଚ କରାଯିବ । ଜିଲ୍ଲାପାଳଏବଂ ରାଜନୈତିକ ଦଳଙ୍କ ଉପସ୍ଥିତିରେ ଏହି ଯାଂଚ କରାଯିବ । ଆଜିର ବୈଠକରେ ୨୭ଟି ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତଥିଲାବେଳେ ଅନ୍ୟ ୩ଟି ଜିଲ୍ଲାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ଏମାନଙ୍କ ବ୍ୟତୀତ ନିର୍ବାଚନ ଆୟୋଗର ୨ ଜଣ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ମାନେ ଯେଉଁ ତାଲିମ ୍ ନେଲେ ସେମାନେ ଅନୁରୂପ ଭାବେ ଜିଲ୍ଲାସ୍ତରରେ ଆଉ ଏକ କର୍ମଶାଳା କରି ନିର୍ବାଚନ ସହ ସଂଶ୍ଲିଷ୍ଟ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ୍ ଦେବେ ।