ରାଜସ୍ୱ ସଂଗ୍ରହରେ ମଧ୍ୟମ ବର୍ଗ ରାଜ୍ୟଙ୍କ ମଧ୍ୟରେ ଓଡିଶା ଡାକ ମଣ୍ଡଳ ଶ୍ରେଷ୍ଠ
ଭାରତୀୟ ଡାକ ବିଭାଗ, ଓଡିଶା ପରିମଣ୍ଡଳ ୨୦୧୭-୧୮ ମସିହାରେ ସାରା ଦେଶରେ ତାର ଉକôର୍ଷତା ପ୍ରତିପାଦନ କରିବାରେ ସକ୍ଷମ ହୋଇଅଛି । ଏହି ଉପଲକ୍ଷେ, ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଡାକ ପରିମଣ୍ଡଳର ମୁଖ୍ୟ ଡ. ସନ୍ତୋଷ କୁମାର କମିଳା, ଗତ ବର୍ଷର ଉପଲବ୍ଧି ଓ ସଫଳତା ଉପରେ ଆଲୋକ ପାତ କରି କହିଲେ ଯେ,ଗତ ୨୦୧୭-୧୮ ଆର୍ଥିକ ବର୍ଷରେ, ସାରା ଦେଶରେ ମଧ୍ୟବର୍ଗୀୟ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ରାଜସ୍ୱ ସଂଗ୍ରହରେ ଶ୍ରେଷ୍ଠ ପରିମଣ୍ଡଳ ରୂପେ ପରିଗଣିତ ହୋଇଛି । ଏହାର ମୁଖ୍ୟ ଡ. ସନ୍ତୋଷ କୁମାର କମିଳା, ଏହି ସଫଳତା ପାଇଁ ଗତ ୨୪.୦୫.୨୦୧୮ ଦିନ ଭୋପାଳଠାରେ ଅନୁଷ୍ଠିତ ଉସôବରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମନୋଜ ସିହ୍ନାଙ୍କ ଠାରୁ ମାନପତ୍ର ଗ୍ରହଣ କରିଛନ୍ତି । ଏହି ବର୍ଷ ଓଡିଶା ପରିମଣ୍ଡଳ ରେର୍କଡ ସଂଖ୍ୟକ ୧୭,୬୭,୧୭୬ ଟି ନୂଆ ସଂଚୟ ଖାତା ଖୋଲି ୩୧୮ କୋଟି ଟଙ୍କାର ରାଜସ୍ୱ ହାସଲ କରିପାରିଛି ।
ଓଡିଶା ଡାକ ପରିମଣ୍ଡଳ ବିଗତ ବର୍ଷ ଓଡିଶାର ପ୍ରତ୍ୟେକ ଲୋକଙ୍କୁ ଉତମ ସେବା ଯୋଗାଇଦେବା ପାଇଁ ୪୭୩ଟି ପୋଷ୍ଟ ଅଫିସ ମାଧ୍ୟମରେ ନୂତନ ଆଧାର ଓ ନବୀକରଣ ସେବା ଆରମ୍ଭ କରିଅଛି । ସେହିପରି ବାଲେଶ୍ୱର, ବ୍ରହ୍ମପୁର, ବାରିପଦା ଓ ଭବାନୀପାଟଣା ସହରରେ ପାସପୋର୍ଟ ସେବା ଏବଂ ଡାକ ଘର ମାଧ୍ୟମରେ ରେଳ ଟିକଟ ବୁକିଙ୍ଗ ସୁବିଧା ଉପଲବ୍ଧ କରିବାରେ ସକ୍ଷମ ହୋଇଅଛି ।
ଡାକ ସେବାକୁ ଆଧୁନୀକରଣ କରିବା ସହିତ ଘର ପାଖରେ ସେବା ପହଂଚାଇବା ଉଦେ୍ଧଶ୍ୟରେ ଢେ଼ଙ୍କାନାଳ, କଟକ, ଭଦ୍ରକ, କୋରାପୁଟ ଏବଂ ସମ୍ବଲପୁର ଜିଲ୍ଲାମାନଙ୍କରେ ୨୬୧୧ ଶାଖାରେ ଦର୍ପଣ (DARPAN) ଯୋଜନା ପ୍ରଚଳନ କରାଯାଇଅଛି । ସେହିପରି ସମସ୍ତ ଡାକଘର RMS ରେ CSI ଯୋଜନାର ପ୍ରଚଳନ କରିବା ସହିତ ୧୦୨୪ଟି ଡାକଘରେCBS (CoreBanking Service) ସୁବିଧା ଉପଲବ୍ଧ ହୋଇଅଛି ।
ଓଡିଶା ପରିମଣ୍ଡଳ ତାର ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ଯାଇ ଗତ ବର୍ଷ ସାରା ଓଡିଶାରେ ୪୭୬୭୭ ଗାଁକୁ ୩୦ ଦିନ ଭିତରେ ସର୍ଭେକରି ବିଦ୍ୟୁତକରଣ ହୋଇନଥିବା ସମସ୍ତ ଘରମାନଙ୍କର ବିବରଣୀ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଅଛି । ତା ସହିତ ୨ଟି ଉପ ଡାକଘର ଏବଂ ୪୪ ଟି ଶାଖା ଡାକଘର ଖୋଲି ଏହାର ନେଟୱାର୍କକୁ ସମ୍ପ୍ରସାରଣ କରିଅଛି । (AMRUT CITY)) ସାଧାରଣ ଜନତାଙ୍କ ସୁବିଧା ପାଇଁ ଓଡିଶା ପରିମଣ୍ଡଳ ପାଣି ବିଲ୍, ବିଦ୍ୟୁତ ବିଲ୍ (NESCO/SOUTHCO/WESCO ର ଗ୍ରାହକ ମାନଙ୍କର) ସଂଗ୍ରହ ଡାକଘର ମାଧ୍ୟମରେ କରିବା ଆରମ୍ଭ କରିଅଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୨ ମେ’ ୨୦୧୮ରେ ସେସୁ ସହିତ ବୁଝାମଣା ପତ୍ର ସ୍ୱାକ୍ଷର ହେବ । ସମସ୍ତ ଜନସାଧାରଣ, ତାଙ୍କର ପାସବୁକ୍ ଖୋଲିବା, ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହେବାପାଇଁ ତାଙ୍କ ବିଟ୍ ରେ ଯାଉଥିବା ପୋଷ୍ଟମେନର ସାହାଯ୍ୟ ନେବା ପାଇଁ ଡ. କମିଳା ଅନୁରୋଧ କରିଥିଲେ । ଏଥିସହିତ ବର୍ତମାନ ପିଏଲଆଇ ଯୋଜନାର ସୁବିଧା ବେସରକାରୀ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ମିଳିବ । ଦୀନଦୟାଲ ସ୍ପର୍ଶ ଯୋଜନା ଅନ୍ତର୍ଗତ ୪୦ ଜଣ ମନୋନୀତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ବୃତି ମିଳୁଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଡ. ସନ୍ତୋଷ କୁମାର କମିଳାଙ୍କ ବ୍ୟତୀତ, ସମ୍ବଲପୁର ଏବଂ ବ୍ରହ୍ମପୁର କ୍ଷେତ୍ରର ପୋଷ୍ଟମାଷ୍ଟର ଜେନାରାଲ ଶ୍ରୀ ଲଲିତେନ୍ଦୁ ପ୍ରଧାନ, କର୍ଣ୍ଣେଲ ଜଳେଶ୍ୱର କହଁର ଓ ପିଆଇବି ଅତିରିକ୍ତ ମହାନିଦେ୍ର୍ଧଶକ ଶ୍ରୀମତି ରଂଜନା ଦେବଶର୍ମା ଉପସ୍ଥିତ ଥିଲେ ।