ଶ୍ରୀକାନ୍ତାଙ୍କ ପ୍ରକଳ୍ପ, ଶିଳାନ୍ୟାସ କରିବେ ମୋଦୀ

Aug 31, 2018 - 19:22
 219
ଶ୍ରୀକାନ୍ତାଙ୍କ ପ୍ରକଳ୍ପ, ଶିଳାନ୍ୟାସ କରିବେ ମୋଦୀ
ଭୁବନେଶ୍ୱର,୩୧/୮ (ସକାଳଖବର): ଆଗାମୀ ୨୨ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଜ୍ଞାନକୌଶଳ ଆଧାରରେ ନିର୍ମିତ ହେବାକୁ ଥିବା ତାଳଚେର ଫର୍ଟିଲାଇଜର ଲିମିଟେଡର ଶୁଭ ଦେବା ସହ ଝାରସୁଗୁଡା ଠାରେ ଓଡିଶାର ଦ୍ୱିତୀୟ ପୂର୍ଣାଙ୍ଗ ବିମାନ ବନ୍ଦରର ଶୁଭାରମ୍ଭ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୩ ହଜାର କୋଟି ଟଙ୍କାର ପୁଂଜି ନିବେଶରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ସାର କାରଖାନା କେବଳ ସାର ନୁହେଁ, ବୈଜ୍ଞାନିକ ମାନଙ୍କର ଅନୁସନ୍ଧାନର ଆଧାରରେ କୋଇଲାରୁ ଗ୍ୟାସ, ତଥା ଆମୋନିଆ ଓ ୟୁରିଆ ଉପôାଦନ କରିବ । ଏହା ସହ ଜଟିଳ ବୈଜ୍ଞାନିକ ପ୍ରକ୍ରିୟାରେ ମିଥାନୋଲ ମଧ୍ୟ ଉପôାଦିତ ହେବ ।