ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଏମ୍ବିକେ ଓ ସିଆରପି

Jan 22, 2019 - 16:40
 178
ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଏମ୍ବିକେ ଓ ସିଆରପି
ଅନୁଗୋଳ,୨୨/୧(ସକାଳଖବର): ଓଡ଼ିଶା ଜିବୀକା ମିଶନର କମ୍ୟୁନିଟ ଭିତ୍ତିକ ସଂଗଠନରେ କାର୍ଯ୍ୟରତ ଅନୁଗୋଳ ବ୍ଲକର ଏମବିକେ ଓ ସିଆରପି ମାନେ ଆଜି ମୂଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରେରଣ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଅନୁଗୋଳ ବ୍ଲକର ସଭାନେତ୍ରୀ କଳ୍ପନା କରଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଏମ୍ବିକେ ଓ ସିଆରପି ମାନେ ୬ ଦଫା ଦାବୀ ଯଥା ଏମବିକେ ଓ ସିଆରପି ମାନଙ୍କୁ ସ୍ଥାୟୀ ନିଯୁକ୍ତି, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକ ହାରରେ ମଜୁରୀ ପ୍ରଦାନ, କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠିରେ ସାମିଲ ଆଦି ବିଭିନ୍ନ ଦାବୀ ନେଇ ସ୍ମାରକ ପତ୍ର ପଠାଇବାକୁ ଆସିଥିଲେ । ସୂଚନା ଯେ, ଓଡ଼ିଶା ମିଶନ ଦ୍ୱାରା ପରିଚାଳିତ ତୃପ୍ତି ଯୋଜନାରେ ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ, ସିଆଇଏଫ୍ ଋଣ ପ୍ରଦାନ ଓ ପରିଶୋଧ, ବ୍ୟାଙ୍କ ସଂଯୋଗି କରଣ, ଡ଼ିଡ଼ିୟୁଜିକେୱାଇ, ଏମ୍ଆଇଏସ୍ ଡ଼ାଟା ଏଣ୍ଟ୍ରି ଭଳି ବହୁ କାର୍ଯ୍ୟ କରିବାରେ ଏମବିକେ ଓ ସିଆରପି ମାନେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ମାତ୍ର ଯାହା ପ୍ରାପ୍ୟ ମିଳୁଛି ତାହା ଜଣେ ଦିନ ମଜୁରୀଆଠାରୁ ମଧ୍ୟ ବହୁ ଗୁଣରେ କମ । ଏନେଇ ପୂର୍ବରୁ ଓଡ଼ିଶା ଜୀବୀକା ମିଶନର ନିଦେ୍ର୍ଧଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏଣୁ ଏଦିଗରେ ତୁରନ୍ତ ସହାୟତା କରିବା ପାଇଁ ଏମବିକେ ଓ ସିଆରପି ମାନେ ଦାବୀ କରିଛନ୍ତି ।