ବଳାକ୍ରାର ମାମଲା: ଫରେନସିକ୍ ଲ୍ୟାବ୍କୁ ପଠାଗଲା ନମୁନା

May 19, 2018 - 14:34
 128
କଟକ,୧୯ା୫/(ସକାଳଖବର): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ରେ ଚିକିତ୍ସିତ ମଧୁପାଟଣା ଅଞ୍ଚଳର ଦୁଷ୍କର୍ମ ପୀଡିତା ଓ ଅଭିଯୁକ୍ତଙ୍କର ଆଜି ଡାକ୍ତରୀ ମାଇନା ହୋଇଛି । ପରେ ଉଭୟଙ୍କ ନମୂନା ଆଜି ରାଜ୍ୟ ଫରେନସିକ ଲ୍ୟାବ୍କୁ ପଠାଯାଇଛି । ନମୂନାର ରିପୋର୍ଟ ଆସିବାପରେ ତଦନ୍ତ ଆଗେଇବ ବୋଲି ସୂଚନା ମିଳିଛି । ଏଠାରେ ସୂଚନା ଥାଉକି, କଟକ ପ୍ରେସ ଛକ ଅଞ୍ଚଳ ନିକଟ ଏକ ବସ୍ତିରେ ୧୧ ବର୍ଷିଆ ନାବାଳିକା ନିଜ ବାପା, ମା’ଙ୍କ ସହ ରହୁଥିଲେ । ବାପା,ମା’ ମଜୁରୀ କାମ ପାଇଁ ଯାଉଥିବାବେଳେ ଘରେ ଝିଅଟି ଏକା ରହୁଥିଲା । ଘର ନିକଟରେ ଥିବା ବରଫ ଡିପୋକୁ ଯାଉଥିବାବେଳେ ସେଠାରେ କାର୍ଯ୍ୟରତ କର୍ମଚାରୀ ଜଗନ୍ନାଥ ମହାପାତ୍ର ତାଙ୍କୁ ଡାକିବା ସହ ବରଫ ଖାଇବାକୁ ଦେଇଥାଏ । ବେଳେବେଳେ ବରଫ ସହ ଟଙ୍କା ମଧ୍ୟ ଦେଇଥାଏ । ଟଙ୍କା ଓ ଚକୋଲେଟ ଲୋଭ ଦେଖାଇ ମାସେ ହେଲା ବୃଦ୍ଧ ଅଭିଯୁକ୍ତଜଣକ ନାବାଳିକାକୁ ଦୁଷର୍ମ କରିଚାଲିଥିଲା । କିନ୍ତୁ ୨ଦିନତଳେ ନାବାଳିକାର ପରିସ୍ରାରେ ସମସ୍ୟା ଦେଖାଦେବାରୁ ମା’ଙ୍କୁ ଜଣାଇଥିଲେ । ପରେ ଏସସିବି ଚର୍ମ ଓ ଯୌନରୋଗ ବିଭାଗରେ ଦେଖାଇବାରୁ ଡାକ୍ତର ନାବାଳିକାକୁ ଦୁଷ୍କର୍ମ ହୋଇଥିବା କହିଥିଲେ ।