ଆମାଜନ୍ ର ସମର୍ ସେଲ୍

May 11, 2018 - 14:35
 151
ଆମାଜନ୍ ର ସମର୍ ସେଲ୍
ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ ପକ୍ଷରୁ୍ ସମର ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ୨୦୧୮ ମଇ ୧୩ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ଅବସରରେ ସ୍ମାର୍ଟଫୋନ୍, କଞ୍ଜୁ୍ୟମର ଇଲୋକ୍ଟ୍ରନିକ୍ସ୍, ଫେଶନ, ବୃହତ୍ ଆପଲାଏନ୍ସ୍, ଟିଭି, ସ୍ପୋର୍ଟସ୍ ଏବଂ ଫିଟ୍ନେସ୍ ସାମଗୟୀ ଆଦି ଉପଲବ୍ଧ ହେବ । ଗ୍ରାହକ ଆମାଜନ ଡଟ୍ ଇନ୍ରୁ ୧୭୦ ନିୟୁତରୁ ଅଧିକ ଉପôାଦ ନିଜ ପସନ୍ଦ ଅନୁସାରେ କ୍ରୟ କରିପାରିବେ । ଏହି ଅବସରରେ ସ୍ମାର୍ଟଫୋନ୍, ଟିଭି, ୱାଶିଂ ମେସିନ୍, ଏୟାର କଣ୍ଡିସନର୍ ଆଦି ସହଜ ଇଏମ୍ଆଇରେ ଉପଲବ୍ଧ ହେବ । ଏହି ଅବସରରେ ଆମାଜନ୍ ଇଣ୍ଡିଆର କ୍ୟାଟାଗୋରୀ ମ୍ୟାନେଜ୍ମେଂଟ୍ ଉପ ସଭାପତି ମନିଶ୍ ତିୱାରୀ କହିଲେ, “ଇ- କମର୍ସରେ ଗ୍ରାହକଙ୍କୁ ସୁବିଧା ସୁଯୋଗ ପ୍ରଦାନରେ ଆମାଜନ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଗ୍ରାହକଙ୍କର ସାମ୍ପ୍ରତିକ ଚାହିଦାକୁ ଦୃଷ୍ଟିରେ ରଖି ଆମାଜନ୍ ସବୁବେଳେ ଅନନ୍ୟ ଉପôାଦକୁ ଅର୍ନ୍ତଭୁକ୍ତ କରିଥାଏ । କମ୍ପାନୀ ପାଇଁ ଭାରତ ଏକ ବିଶ୍ୱାସନୀୟ ବଜାର । ସମର ସେଲ୍୍ରେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ଉପôାଦ ମହଜୁଦ୍ ରଖାଯାଇଛି । ବୃହତ୍ ବର୍ଗର ନାନା ପ୍ରକାର ଆପ୍ଲାଏନ୍ସ ଏହି ଅବସରରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବା ସହିତ ଏକ୍ସଚେଞ୍ଜ୍ ଅଫର, ଏକ୍ସଟ୍ରା କ୍ୟାସ୍ ବ୍ୟାକ୍, ନେ ।କଷ୍ଟ ଇଏମ୍ଆଇ ଆଦି ସୁବିଧା ଗ୍ରାହକ ପାଇପାରିବେ ।” ଏହି ଅବସରରେ ଗ୍ରାହକ ୱାନପ୍ଲସ୍, ଆପଲ. ସାମସଙ୍ଗ୍, ନୋକିଆ, ଆରୋ,ୟୁସିବି, ଭିରୋ ମୋଡା, ଫ୍ଲାଇଂ ମେସିନ୍, ୱରଙ୍ଗଲ୍, ବ୍ଳାକବେରୀ, ଜେବିଏଲ୍, ବୋଷ୍, ସୋନୀ, ଏଲଜି, ବିପିଏଲ୍, ଟିସିଏଲ୍, ବୁସ୍କ୍, ହ୍ୱିଲପୁଲ୍, ନିଭିଆ ଆଦି ଅନେକ ବ୍ରାଣ୍ଡ୍ର ଉପôାଦ କ୍ରୟ କରିପାରିବେ । ଏହା ସହିତ ଆମାଜନ୍ର ଇକୋ ଡିଭାଇସ୍,ଫାୟାର ଟିଭି ଷ୍ଟିକ୍, କିଣ୍ଡଲେ ପେପର ହ୍ୱାଇଟ୍, ଇ-ବୁକ୍ସନ୍ ଆଦି କ୍ରୟ କରିପାରିବେ । ଆମାଜନ ପେ ବାଲାନ୍ସ ବ୍ୟବହାର କରିଥିବା ଗ୍ରାହକଙ୍କୁ ୩୦୦ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍ ସୁବିଧା ଯୋଗାଇ ଦିଆଯିବ । ୨୫୦ ଟଙ୍କାର ଅଧିକ ମୂଲ୍ୟର ପ୍ରତି କ୍ରୟ ଉପରେ ଆମାଜନ ପେ ବାଲାନ୍ସ ଗ୍ରାହକଙ୍କୁ ଏହି ସୁବିଧା ମିଳିପାରିବ । ଇଏମ୍ଆଇ ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ଅତିରିକ୍ତ କ୍ୟାସ୍ ବ୍ୟାକ୍ ସୁବିଧା ମିଳିବ ।