ହୃଦୟ ସହ ସଂଯୋଗ ପାଇଁ ହୃଦୟର ବ୍ୟବହାର- ଆପୋଲୋ ହସ୍ପିଟାଲ ହାର୍ଟ ଇଷ୍ଟିଚ୍ୟୁଟ୍, ଭୁବନେଶ୍ୱରର ଅଭିନବ ପ୍ରୟାସ ।
ଭୁବନେଶ୍ୱର: କାର୍ଡିଓ ଭାସ୍କୁଲାର ଡିଜିଜ୍ ବା ସିଭିଡି (ଦୃହୟ ଓ ରକ୍ତବାହୀ ନଳୀ ରୋଗ)ର ଆମ ଶରୀର ଉପରେ ଅନେକ ପ୍ରଭାବ ରହିଛି । ଏହା ହେଉଛି ଆମ ଦୃଦୟ ଓ ରକ୍ତବାହୀ ନଳୀରେ ହେଉଥିବା କେତେକ ସ୍ୱାସ୍ଥ୍ୟ ସମସ୍ୟା ଯଥା କରୋନାରୀ ହାର୍ଟ ଡିଜିଜ୍, ସେରେବ୍ରୋ ଭାସ୍କୁଲାର ଡିଜିଜ୍, ର୍ୟୁମାଟିକ୍ ହାର୍ଟ ଡିଜିଜ୍ ଭଳି କେତେକ ରୋଗର ମୂଳ ଉତ୍ସ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆକଳନ ଅନୁସାରେ ପ୍ରତି ୫ଟି ସିଭିଡି ରୋଗୀମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହାର୍ଟ ଆଟାକ୍ (ହୃଦ୍ଘାତ) ଓ ଷ୍ଟ୍ରୋକ୍ ଯୋଗୁଁ ହୋଇଥାଏ । ୭୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ ଘଟୁଥିବା ଅପରିପକ୍ୱ ମୃତ୍ୟୁର ଏକ ତୃତୀୟାଂଶ ଏହି କାରଣରୁ ହିଁ ହୋଇଥାଏ । ଆମ ଶରୀରରେ ହୃଦୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାରଣ ଏହା ସମସ୍ତ ଅଙ୍ଗପ୍ରତ୍ୟେଙ୍ଗଗୁଡିକୁ ଅମ୍ଳଜାନ ଯୁକ୍ତ ରକ୍ତ ସହିତ ପୋଷକତତ୍ୱ ମଧ୍ୟ ଯୋଗାଇବା ସହିତ ଶରୀରରୁ ବର୍ଜ୍ୟ ବସ୍ତୁ ନିଷ୍କାସନ କରିଥାଏ । ଆମର ଦୀର୍ଘାୟୁ ଏମିତିକି ସହିତ ବଚିଂବା ରହିବା ସହିତ ସିଧାସଳଖ ସଂଯୋଗ ରହିଥିବାରୁ ହୃଦୟ ସମସ୍ୟା ସମ୍ପର୍କିତ ସାମାନ୍ୟତମ ଲକ୍ଷଣଗୁଡିକୁ ମଧ୍ୟ ଗୁରୁତର ଭାବରେ ବିଚାର କରିବା ଆବଶ୍ୟକ । ହୃଦୟ ରୋଗ ଠାରୁ ଦୂରେଇ ରହିବାକୁ ହେଲେ ସୁସ୍ଥ ରହିବା ଅତି ଜରୁରୀ, ଏକ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟଶୈଳୀ ବଜାୟ ରଖିବା, ମଦ୍ୟପାନ ଓ ସିଗାରେଟ୍ ସେବନ ଠାରୁ ଦୂରେଇ ରହିବା, ଜଙ୍କ୍ ଫୁଡ୍ ନଖାଇବା ଉଚିତ ବୋଲି ଆପୋଲ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ପରିଚାଳନ ଏବଂ ନିର୍ଦ୍ଦେଶକ (ମେଡିକାଲ ସର୍ଭିସେସ୍) ଡାକ୍ତର ଆଲୋକ ଶ୍ରୀବାସ୍ତଭ୍ ପ୍ରକାଶ କରିଛନ୍ତି ।
ସଂପ୍ରତି ଯେକୌଣସି ବ୍ୟକ୍ତି ହୃଦ୍ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏମିତିକି ଯୁବଗୋଷ୍ଠୀ ଓ କିଶୋର-କିଶୋରୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇପାରନ୍ତି । ପିଲା ଓ କୌଶୋରମାନଙ୍କ ଠାରେ ଅଳ୍ପ ବୟସରେ ପ୍ଲଗ୍ ତିଆରି ହୋଇ ଧମନୀରେ ଜମା ହେବାର ସହ ପରବର୍ତ୍ତୀ ସମୟରେ ଏହା ଧମନୀକୁ ବନ୍ଦ କରିଦେବାର ଆଶଙ୍କା ରହିଥାଏ । ଟାଇପ୍ ଟୁ ଡାଇାବେଟିସ୍ (ମଧୁମେହ), ଓବେସିଟି (ମେଦବହୁଳତା) ଓ ଅନ୍ୟାନ୍ୟ ଧମନୀ ଜନିତ ସମସ୍ୟା ମଧ୍ୟ ଏହି ଗୋଷ୍ଠୀମାନଙ୍କ ଠାରେ ଦେଖିଯାଉଛି ବୋଲି ଡାକ୍ତର ଶ୍ରୀବାସ୍ତଭ ପ୍ରକାଶ କରିଛନ୍ତି ଏବଂ ଅଣସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଓ ମାନ୍ଦା ଜୀବନଶୈଳୀ ପ୍ରତ୍ରେକ ବୟସ ବର୍ଗର ଲୋକମାନଙ୍କ ପାଇଁ କ୍ଷତିକାରକ ବୋଲି ସେ ପ୍ରକାଶ କରିଛନ୍ତି । ଯଦି ଯୁବବର୍ଗ ନିଜର ଖାଦ୍ୟ ଓ ଜୀବନ ଶୈଳୀ ପ୍ରତି ଯତ୍ନବାନ ନହୁଅନ୍ତି ତେବେ ସେମାନେ ଭବିଷ୍ୟତରେ କାର୍ଡିଓ ଭାସ୍କୁଲାର ଡିଜିଜ୍ରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି ।
ଅସୋସିଏଟ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ୍) ପକ୍ଷରୁ କରାଯାଇଥିବା ଏକ ସର୍ଭେକ୍ଷଣର ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଣସଂକ୍ରାମକ ରୋଗ ବା (ଏନ୍ସିଡି)ର ହାର ୨୭.୧୯% ଥିବା ବେଳେ ଭାରତରେ ଏହି ରୋଗର ହାର ହେଉଛି ୧୧.୬୩% । ଏହି ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ହାଇପରଟେନ୍ସନ୍,ଡାଇବେଟିସ୍,ଶ୍ୱାସକ୍ରିୟା ସମ୍ପର୍କିତ ସମସ୍ୟା ଓ ହୃଦ୍ରୋଗ ସମ୍ପର୍କିତ ସମସ୍ୟାର ହାର ଅଧିକ ରହିଛି । ଏହି ରିପୋର୍ଟରେ ବାୟୁ ପ୍ରଦୂଷଣକୁ ଅଣ ସଂକ୍ରାମକ ରୋଗର ଅନ୍ୟ ଏକ କାରକ ଭାବରେ ପ୍ରକାଶ କରାଯିବା ସହିତ ଓଡ଼ିଶାର ଲୋକମାନେ ଦେଶର ଲୋକମାନଙ୍କ ତୁଳନାରେ ( ବାୟୁ ପ୍ରଦୂଷଣର ହାରାହାରି ହାର) ବାୟୁ ପ୍ରଦୂଷଣର ଅଧିକ ଶୀକାର ହେଉଥିବା ପ୍ରକାଶ କରାଯାଇଛି ।
ଏହି ରିପୋର୍ଟରେ ମଧ୍ୟ ଓଡ଼ିଶାରେ ଉଭୟ ଆମିଷ ଜାତୀୟ ଖାଦ୍ୟ ଓ ମାଛ ଜାତୀୟ ଖାଦ୍ୟ ପରିମାଣ ଅଧିକ ହେଲାବେଳେ ମାଂସ (ରେଡ୍ ମିଟ୍) ହାର ଉଚ୍ଚ ରହିଛି ।ଏହି ଗବେଷଣାରେ ଅଂଶଗ୍ରହଣ କରିଥିବା ଓଡ଼଼ିଶାର ୯୧.୬% ବ୍ୟକ୍ତି ଆମିଷ ଭୋଜନ କରୁ୍ଥିବା ପ୍ରକାଶ କରିଥିଲାବେଳେ ଏହି କ୍ଷେତ୍ରରେ ଜାତୀୟ ଆଭରେଜ୍ ହାର ୬୫.୬% ରହିଛି । ଜାତୀୟ ହାର ତୁଳନାରେ ରାଜ୍ୟରେ କ୍ଷୀର ଓ ଫଳ ଅପେକ୍ଷା ଜଙ୍କଫୁଡ୍ ବ୍ୟବହାର ହାର ଅଧିକ ରହିଛି । ଏହି ସମସ୍ତ ବ୍ୟବହାର ଗୁଡିକ ହାଇପରଟେନ୍ସନ୍, ହଜମ ସମସ୍ୟା, ହୃଦ୍ ରୋଗ ଓ ମଧୁମେହ ଭଳି ବିଭିନ୍ନ ପ୍ରକାର ଏନ୍ସିଡି ସୃଷ୍ଟି କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଏହି ରିପୋର୍ଟ ଅନୁସାରେ ଆମ ରାଜ୍ୟର ୫୮% ଲୋକ ନିଜ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତି ନାହିଁ, ଦେଶରେ ଏହି ହାର ୪୭%ରହିଛି । ଏହି ସମସ୍ତ କାରଣ ଆମ ରାଜ୍ୟରେ ଏନ୍ସିଡି ସଂଖ୍ୟା ବୃଦ୍ଧିର କାରଣ ।
କୋଭିଡ୍-୧୯ ମହାମାରୀ ସ୍ୱାସ୍ଥ୍ୟର ଯତ୍ନ ପ୍ରତି ଗୁରୁତ୍ୱ ବଢ଼ାଇ ଦେଇଛି ।କୋଭିଡ୍ ଆକ୍ରାନ୍ତଙ୍କ ପରିସଂଖ୍ୟାନ ଅନୁସାରେ ଅନ୍ୟମାନଙ୍କ ତୁଳନାରେ ଅଣସଂକ୍ରାମକ ରୋଗର ଶୀକାର ଲୋକମାନଙ୍କ ଜୀବନ ପ୍ରତି ଏହା ଅଧିକ ବିପଦପୂର୍ଣ୍ଣ ପ୍ରମାଣିତ ହୋଇଛି । କେବଳ ମୃତ୍ୟୁ ଯୋଗୁଁ ବା ସୁସ୍ଥ ଲୋକଙ୍କ ଜୀବନ ହାନୀ ଯୋଗୁଁ ନୁହେଁ ଦେଶର ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମୀ ଉପନରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡିଛି । ଖାଦ୍ୟଶୈଳୀ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ସହିତ ଶାରୀରିକ ସକ୍ରିୟତା ଦ୍ୱାରା ଅଣସଂକ୍ରାମକ ରୋଗଗୁଡିକୁ ପ୍ରତିରୋଧ କରିହେବ ବା ଏହି ସଂକ୍ରମଣକୁ ହ୍ରାସ କରାଯାଇ ପାରିବ ବୋଲି ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ (ଇଂଟରଭେସ୍ନାଲ୍ କାର୍ଡିଓଲୋଜି) ଡାକ୍ତର ପି.କେ.ସାହୁ ମତ ପ୍ରକାଶ କରିଛନ୍ତି ।
ଆମେ ଏକ ଅଦୃଶ୍ୟ ସମୟରେ ବାସ କରୁଛେ । ଆମ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ତଥା ସମାଜର ବିପଦପ୍ରବଣ ଗୋଷ୍ଠୀର ସ୍ୱାସ୍ଥ୍ୟ ରକ୍ଷା ପ୍ରତି କୋଭିଡ୍-୧୯ ମହାମାରୀ ସ୍ୱାସ୍ଥ୍ୟସେବା ପେଷା, ଜାତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ ଆମର ବ୍ୟକ୍ତିଗତ ଦାୟିତ୍ୱ ଉପରେ ଆଲୋକପାତ କରିଛି ।ଆମେ ଜାଣିନାହିୁଁ ଭବିଷ୍ୟତରେ ମହାମାରୀ କେଉଁ ରୂପ ଧାରଣ କରିବ କିନ୍ତୁ ଆମେ ଏକଥା ନିଶ୍ଚିତ ରୂପରେ ଜାଣିଛୁ ଯେ, ବର୍ତ୍ତମାନ ସମୟରେ ଯଦି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କିଛି ଥାଏ ତେବେ ତାହା ହେଉଛି ନିଜ ହୃଦୟର ଯତ୍ନନେବା । ଆମ ପୃଥିବୀର ହେଉଥିବା ସର୍ବାଧିକ ମୃତ୍ୟୁର କାରଣ ହେଉଛି କାର୍ଡିଓ ଭାସ୍କୁଲାର ଡିଜିଜ୍ ବା ଦୃଦୟ ଓ ରକ୍ତବାହୀ ନଳୀ ରୋଗ । ଏହାର ଅନେକ କାରଣ ରହିଛି, ଧୂମପାନ, ମଧୁମେହ, ଉଚ୍ଚରକ୍ତଚାପ ଓ ମେଦବହୁଳତା, ବାୟୁ ପ୍ରଦୂଷଣ ଠାରୁ ଆରମ୍ଭ କରି କାର୍ଡିଆକ୍ ଆମିଲୋସିସ୍ ଭଳି ବିରଳ ଓ ଅବହେଳିତ ଲକ୍ଷଣ ପର୍ଯ୍ୟନ୍ତ । କୋଭିଡ୍୍-୧୯ ସମୟରେ ରୋଗୀମାନଙ୍କୁ ଦୁଇ ପ୍ରକାର ବିପଦର ସମ୍ମୁଖିନ ହେବାକୁ ପଡୁଛି । ସେମାନଙ୍କ ଶରୀରରେ କେବଳ ଗୁରୁତର ଭାଇରସ୍ ନୁହେଁ ବରଂ ଏହା ସହିତ ସେମାନଙ୍କୁ ନିଜ ହୃଦୟର ସୁରକ୍ଷା ପ୍ରତି ଅଧିକ ଯତ୍ନବାନ୍ ହେବାକୁ ପଡୁଛି ।
ସଂପ୍ରତି ଆମେ ଯେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା ଭିତରେ ବଚୁଂଛେ ଆମକୁ ଲୋକମାନଙ୍କୁ ସେମାନଙ୍କର ହୃଦୟ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାପାଇଁ କାର୍ଯ୍ୟ କରିବାକୁ ହେବ ମୁଖ୍ୟତଃ ସେହିମାନଙ୍କ୍ ପାଇଁ ଯେଉଁମାନେ ସ୍ୱଳ୍ୱ ସମ୍ବଳ ସହିତ ଜୀବନଧାରଣ କରୁଛନ୍ତି । ବିଶ୍ୱସ୍ତରରେ ସିଭିଡି ପ୍ରତି ସଚେତନତା, ପ୍ରତିରୋଧ ଓ ପରିଚାଳନା କ୍ଷେତ୍ରରେ ଡିଜିଟାଲ ହେଲଥର କୌଶଳ ପ୍ରୟୋଗବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୧ ଅବସରରେ ଆମର ଲକ୍ଷ୍ୟ । ଏହି କ୍ଷେତ୍ରରେ ଟେଲି ହେଲ୍ଥର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କାରଣ ଆମେ ‘ୟୁଜ ହାର୍ଟ ଟୁ ବିଟ୍ ସିଭିଡି । ୟୁଜ୍ ହାର୍ଟ ଟୁ କନେକ୍ଟ’ (କାର୍ଡିଓ ଭାସ୍କୁଲାର ଡିଜିଜ୍ ବା ସିଭିଡି ରୋକିବା ପାଇଁ ଦୃଦୟର ବ୍ୟବହାର ଓ ସଂଯୋଗ ସ୍ଥାପନ ପାଇଁ ହୃଦୟର ବ୍ୟବହାର) ଜରିଆରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜ୍ଞାନ,କରୁଣା ବ୍ୟବହାର କରି ଏହା ସୁନିଶ୍ଚିତ କରାଇବା ଉଚିତ ଯେ ସେ ନିଜେ, ତାଙ୍କ ପରିବାର ଓ ପ୍ରିୟଜନ ଏବଂ ସେ ରହୁଥିବା ଗୋଷ୍ଠୀର ଲୋକମାନଙ୍କର ନିକଟରେ ସର୍ବଶ୍ରେଷ୍ଠ ସୁଯୋଗ ରହିଛି ଯେ, ସେ ଏକ ସୁସ୍ଥ ହୃଦୟ ସହିତ ସୁସ୍ଥ ଜୀବନ ବଂଚି ପାରିବେ ।
ଆପୋଲୋରେ ହାର୍ଟ ଚେ୍କ ଅପ ରେଟ୍ରେ ୪୦% ରିହାତି ସହିତ ଆପୋଲୋ ଆଡଭାନ୍ସ ହାର୍ଟ ଚେକ୍ ବ୍ୟବସ୍ଥା ୨୯ ସେପ୍ଟେମ୍ବର ଠାରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଉପଲବ୍ଧ ହେବ ।
ଆପୋଲୋ ହସ୍ପିଟାଲ କାର୍ଡିଆକ୍ ସାଇନ୍ସ ଡିପାର୍ଟମେଂଟ୍
ଭୁବନେଶ୍ୱରର ଆପୋଲୋ ହସ୍ପିଟାଲର କାର୍ଡିଓଲୋଜି ଓ ସିଟିଭିଏସ୍ ବିଭାଗ ସର୍ବଭାରତୀୟ ସ୍ତରରେ ହୃଦୟ ରୋଗ କ୍ଷେତ୍ରର ଉନ୍ନତ ସେବା ପ୍ରଦାନ ଦିଗରେ ଅଗ୍ରଣୀ ସଂସ୍ଥା ଅଟନ୍ତି । ସଂପ୍ରତି ଏହା କାର୍ଡିଓଲୋଜି ଓ କାର୍ଡିଓଥୋରାକ ସର୍ଜରୀ ଏବଂ ଉଚ୍ଚମାନର ସେବା ପ୍ରଦାନ କ୍ଷେତ୍ରରେ ଅପ୍ରତିଦ୍ୱନ୍ଦୀ ଭାବେ ବିଚେତନ ହେଉଛନ୍ତି । ଏଠାରେ କାର୍ଯ୍ୟରତ ଡାକ୍ତରୀ ଟିମ୍ଙ୍କର ନିୟମିତ ପ୍ରଶିକ୍ଷଣ, ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ଏବଂ ପ୍ରାକ୍ଟିକାଲ ଜ୍ଞାନ ଯୋଗୁଁ ଦକ୍ଷତାର ନିୟମିତ ବିକାଶ ଘଟୁଛି । ଏହି ସଂସ୍ଥା ଟ୍ରାନ୍ସକ୍ୟାଥେଟର ଆରୋଟିକ ଭାଲଭ୍ ରିପ୍ଲେସମେଂଟ ଭଳି ଚିକିତ୍ସା ସେବା ପ୍ରଦାନ କରୁଛି । ଏହି ଠାରେ ରୋଟା ଆଥେରକ୍ଟୋମି ପେରିଫେରାଲ ଭାସ୍କୁଲାର ଇଂଟରନ୍ସେନ୍, ଭାଲଭ୍ୟୁଲୋପାଷ୍ଟି, ଆଇସିଡି ପ୍ରତିରୋପଣ, ଥ୍ରୀଡି ଅପ୍ଟିକାଲ କୋହେରାନ୍ସ ଟମୋଗ୍ରାଫ୍ି କରିଥାଏ ।
ଭୁବନେଶ୍ୱର ସ୍ଥିତ ଆପୋଲୋ ରାଜ୍ୟ ଦେଶର ଏକମାତ୍ର ଡାକ୍ତରଖାନା ଯେଉଁଠାରେ ଷ୍ଟେଂଟ୍ ଅପ୍ଟିମାଇଜିଙ୍ଗ୍ କୌଶଳ ବ୍ୟବହାର କରାଯାଇ ଚିକିତ୍ସା କରାଯାଉଛି ।
ଆମର ଅତ୍ୟାଧୁନିକ ଭିତ୍ତିଭୂମୀ, ଉନ୍ନତ ଚିକିତ୍ସା ଶୈଳୀ, ଉପଲବ୍ଧ ଉନ୍ନତ ବୈଷୟିକ ଜ୍ଞାନକେ