ଜଟଣୀ ଫ୍ଲାଏ ଓଭର ବ୍ରିଜ ମାମଲାରେ ନୋଟିସ ଜାରି

May 11, 2018 - 14:34
 149
ଜଟଣୀ ଫ୍ଲାଏ ଓଭର ବ୍ରିଜ ମାମଲାରେ ନୋଟିସ ଜାରି
କଟକ,୧୦ା୫(ସକାଳଖବର): ଠିକାଦାରୀ ସଂସ୍ଥା ପଣ୍ଡା ଇନଫ୍ରା କଂପାନୀ ଦ୍ୱାରା ଜଟଣୀ କୁଡିଆରି ଠାରେ ଚାଲିଥିବା ଫ୍ଲାଇ ଓଭର ବ୍ରିଜ ନିମ୍ନ ମାନର ହୋଇଥିବା ଦର୍ଶାଇ ଜଟଣୀର ବାସିନ୍ଦା ଭାସ୍କର ଭୂଜବଳ, ବଂଶୀଧର ମହାନ୍ତି ଓ ହରିହର ବେହେରାଙ୍କ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ମଧ୍ୟ ହାଇକୋର୍ଟରେ ହୋଇଛି । ଏହି ମାମଲାରେ ମୁଖ୍ୟ ବିଚାରପତି ବିନୀତ ଶରଣ, ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ରାଜ୍ୟ ସରକାର, ଖୋର୍ଦ୍ଧା ଜିଲାପାଳ, ପର୍ତ୍ତର୍ ବିଭାଗ ମୁଖ୍ୟଯନ୍ତ୍ରୀ, ଖୋର୍ଦ୍ଧା ଆର ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ, ଆସିଷ୍ଟାଣ୍ଡ ଇଂଜିନିୟରଙ୍କୁ ପକ୍ଷଭୁକ୍ତ କରାଯାଇଥିବା ବେଳେ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆବେଦନକାରୀଙ୍କ ଓକିଲ ଶିବ ଶଙ୍କର ମହାନ୍ତି ସୂଚନା ଦେଇଛନ୍ତି ।