ଆତ୍ମହତ୍ୟା କଲେ କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ

Sep 30, 2021 - 13:29
 98
ଆତ୍ମହତ୍ୟା କଲେ କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ
ବାଙ୍ଗାଲୋରୁ: ଆତ୍ମହତ୍ୟା କଲେ ଅଭିନେତ୍ରୀ। କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ ସୌଜନ୍ୟା । ବାଙ୍ଗାଲୋରୁର କୁମ୍ବଲଗୋଡୁରେ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୌଜନ୍ୟା ରୁହଥିବା ଆପାର୍ଟମେଣ୍ଟରେ ଜୀବନ ହାରିଛନ୍ତି।ଆଜି ସକାଳେ ତାଙ୍କ କୋଠରୀରେ ପୁଲିସ ମୃତଦେହକୁ ଜବତ କରିଛି ପୁଲିସ। ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ବର୍ତ୍ତମାନ ତାଙ୍କ ଆତ୍ମହତ୍ୟା ସମ୍ପର୍କରେ ତଦନ୍ତ ଚାଲିଛି। ତାଙ୍କ ମୃତ୍ୟୁ କନ୍ନଡ ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଛି। ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ହୋଇଥିଲା ସେ କୋଡାଗୁ ଜିଲ୍ଲାର କୁଶଲନଗରର ବାସିନ୍ଦା ଥିଲେ। କିନ୍ତୁ କାମ ପାଇଁ ସେ ବାଙ୍ଗାଲୋରୁ ଯାଇଥିଲେ। ଆଜି ସକାଳେ ପୁଲିସ ତାଙ୍କ କୋଠରୀରୁ ସୌଜନ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲା। ସେହି ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ମାନସିକ ଅଶାନ୍ତିରେ ଥିବା ଚିଠିରେ ଉଲ୍ଲେଖ ରହିଛି। ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଇଥିବାରୁ ସେ ତାଙ୍କ ସୁଇସାଇଡ୍‌ ନୋଟ୍‌ ବାପା ମାଙ୍କୁ କ୍ଷମା ମାଗିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।