ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଓଡ଼ିଶା ଦେଶରେ ପ୍ରଥମ

Sep 17, 2018 - 19:52
 237
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଓଡ଼ିଶା ଦେଶରେ ପ୍ରଥମ
ଭୁବନେଶ୍ୱର,୧୭/୯ (ସକାଳଖବର) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ଓଡିଶାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତିନୋଟି ପୁରସ୍କାରରେ ସମ୍ମାନିତ କରିଛି । ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଅ ।ରୁଖ ଏହି ତିନୋଟି ପୁରସ୍କାର ଅର୍ପଣ କରିଛନ୍ତି । ରାଜ୍ୟକୁ ମିଳିଥିବା ଏହି ପୁରସ୍କାର ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର ସନ୍ତୋଷ ବ୍ୟକ୍ତ କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ପୁରସ୍କାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ପ୍ରେରଣାଦାୟକ ହେବ ଓ ଭବିଷ୍ୟତରେ ରାଜ୍ୟ ପାଇଁ ଅଧିକରୁ ଅଧିକ ସଫଳତା ଅ ।ଣିଦେବ ବୋଲି ସେ । ଏହି ପୁରସ୍କାର ଅର୍ପଣ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅ ।ଦିତ୍ୟ ପ୍ରସାଦ ପାଢ଼ୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପଟେଲ୍ ଓ ମୁଖ୍ୟଯନ୍ତ୍ରୀ ଶ୍ରୀ ବିଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ୨୦୧୭-୧୮ ଅ ।ର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶା ୭ ହଜାର ୧୭୬ କିଲୋମିଟର ରାସ୍ତା ନିର୍ମାଣ କରି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏଥି ପାଇଁ ୨ ହଜାର ୬୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟ ସରକାର ତାଙ୍କ ଅଂଶ ବାବଦରେ ୧ ହଜାର୭୦ କୋଟି ୫୩ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ।ଏହା ଦ୍ୱାରା ୧ ହଜାର ୭୭୬ଟି ଜନବସତିକୁ ସଂଯୋଗୀକରଣ କରାଯାଇପାରିଛି । ଅସଂଯୋଜିତ ଜନବସତିକୁ ସଂଯୋଗୀକରଣ ଯୋଗାଇବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ପୁନଶ୍ଚ, ଗ୍ରାମାଞ୍ଚଳର ରାସ୍ତା ନିର୍ମାଣ କ୍ଷେତ୍ରରେ ସବୁଜ ଜ୍ଞାନକୌଶଳ (ଗ୍ରୀନ ଟେକ୍ନୋଲୋଜି) ଉପଯୋଗ କରି ୮୫୫ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିଛି ଏବଂ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଚଳିତ ୨୦୧୮-୧୯ ବର୍ଷ ପାଇଁ ୪ ହଜାର ୧୬୬ କୋଟି ୬୭ ଲକ୍ଷ ଟଙ୍କା ବିନିଯୋଗରେ ୮ ହଜାର କିଲୋମିଟର ରାସ୍ତା ନିର୍ମାଣ କରି ୨୫ ଶହଟି ଅସଂଯୋଜିତ ସଂଯୋଗୀକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ୮ ହଜାର କିଲୋମିଟର ରାସ୍ତା ମଧ୍ୟରୁ ୧୭୦୦ କିଲୋମିଟର ରାସ୍ତା ଅ ।ଧୁନିକ ସବୁଜ ଜ୍ଞାନକୌଶଳରେ ନିର୍ମାଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି