ଆସନ୍ତା ବର୍ଷରୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ନାମଲେଖା

Jan 30, 2019 - 06:18
 161
ଆସନ୍ତା ବର୍ଷରୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ନାମଲେଖା
ଭୁବନେଶ୍ୱର, ୨୯/୧(ସକାଳଖବର): ମାର୍ଚ୍ଚ ଶେଷ ସୁଦ୍ଧା ଦର୍ଲିପାଲି ପାୱାର ପ୍ଲାଂଟ କାର୍ଯ୍ୟକ୍ଷମ ହେବ । ପ୍ରସ୍ତାବିତ ସୁନ୍ଦରଗଡ ମେଡିକାଲ କଲେଜରେ ଆସନ୍ତାବର୍ଷ ଠାରୁ ନାମଲେଖା ଆରମ୍ଭ ହେବ ବୋଲି ଏନଟିପିସିର ଆଂଚଳିକ କାର୍ଯ୍ୟକାରୀ ନିଦେ୍ର୍ଧଶକ (ପୂର୍ବାଂଚଳ) ଏମ ପି ସିହ୍ନା ପ୍ରକାଶ କରିଛନ୍ତି । ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଟିଟିପିଏସ୍ ର ତୃତୀୟ ପର୍ଯ୍ୟୟ ସମ୍ପ୍ରସାରଣ କାର୍ଯ୍ୟ କରାଯିବାର ପ୍ରସ୍ତାବ ରହିଛି । ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ରାଜ୍ୟ ଉଚ୍ଚସ୍ତରୀୟ କମିଟି ନିକଟରେ ବିଚାରଧୀନ ରହିଛି । ଅନୁମୋଦନ ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ ।