ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପିକା-ରଣବୀର

Nov 14, 2018 - 17:25
 192
ଆଜି  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପିକା-ରଣବୀର
ଭୁବନେଶ୍ୱର,୧୪/୧୧ (ସକାଳଖବର) : ୬ ବର୍ଷର ପ୍ରେମ ସଫଳ ହୋଇଛି। ବଲିଉଡ ଷ୍ଟାର ଦୀପିକା-ରଣବୀର ସାତ ଜନ୍ମର ସାଥୀ ପାଲଟିଛନ୍ତି। ବି-ଟାଉନର ସୁପରହିଟ୍ ଯୋଡ଼ି ରଣବୀର ସିଂ ଓ ଦୀପିକା ପାଦୁକୋନ ଇଟାଲୀର ଲେକ କେମୋରେ ଆଜି ବିବାହ କରିଛନ୍ତି। ବୁଧବାର କୋଙ୍କଣୀ ରୀତିନୀତି ଅନୁଯାୟୀ ଦୀପବୀରଙ୍କ ବିବାହ ହୋଇଛି। ଦୁଇ ଦିନ ଧରି ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ଗୁରୁବାର ସିନ୍ଧି ପରମ୍ପରା ଅନୁଯାୟୀ ପୁଣିଥରେ ବିବାହ କରିବେ ରଣବୀର ଓ ଦୀପିକା। ରଣବୀର ଓ ଦୀପିକାଙ୍କ ଲଭଷ୍ଟୋରୀ ସବୁବେଳେ ହିଟ୍ ଥିଲା। ରଣବୀର କପୁରଙ୍କଠାରୁ ଦୂରେଇ ରହିବା ପରେ ଦୀପିକାଙ୍କ ଜୀବନରେ ରଣବୀର ସିଂ ଏଣ୍ଟ୍ରି କରିଥିଲେ। ୨୦୧୨ରୁ ଉଭୟଙ୍କ ଲଭଷ୍ଟୋରୀ ଧିମା ରହିଥିଲା। ଯେତେବେଳେ ଏକ କାର୍ୟ୍ୟକ୍ରମରେ ଉଭୟଙ୍କ ସାକ୍ଷାତ ହୋଇଥିଲା, ସେତେବେଳେ ରଣବୀର ଦୀପିକାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଏହାକୁ ମଧ୍ୟ ସ୍ୱୀକାର କରିଥିଲେ ରଣବୀର। ୨୦୧୬ରେ ଏହି ଷ୍ଟାର କପୁଲ ନିଜ ନିଜ ଫିଲ୍ମ ପାଇଁ ବ୍ୟସ୍ତରେ ରହିବାରୁ ଅଧିକ ଦେଖାସାକ୍ଷାତ ହୋଇପାରିନଥିଲା। ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ଖବର ଚର୍ଚ୍ଚା ହୋଇଥିଲା। କିନ୍ତୁ ୨୦୧୬ ବର୍ଷ ଶେଷରେ ସମସ୍ତ କଳ୍ପନାଜଳ୍ପନା ହଟାଇ ଅମ୍ବାନୀଙ୍କ ପାର୍ଟିରେ ହାତଧରା ଧରି ହୋଇ ଏଣ୍ଟ୍ରି କରିଥିଲେ। ୨୦୧୮ରେ ସଂଜୟ ଲୀଳା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତ’ରେ ସେ ନଜର ଆସିଥିଲେ। ବହୁ ବାଧା ସତ୍ତ୍ୱେ ଫିଲ୍ମଟି ରିଲିଜ ହେବା ସହ ସୁପରହିଟ୍ ହୋଇଥିଲା। ଏହି ଫିଲ୍ମର ପ୍ରମୋସନ ବେଳେ ବି ଏକାଠି ନଜର ଆସିଥିଲେ ବାଜିରାଓ ମସ୍ତାନୀ। ସମସ୍ତ ଚର୍ଚ୍ଚାକୁ ଅନ୍ତ ଘଟାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଏହି ଷ୍ଟାର କପୁଲ।