୧୧ ଜଣଙ୍କୁ ଶ୍ରୀମନ୍ଦିର ନୋଟିସ୍

Nov 14, 2018 - 17:49
 137
୧୧ ଜଣଙ୍କୁ ଶ୍ରୀମନ୍ଦିର ନୋଟିସ୍
ପୁରୀ, ୧୪/୧୧ (ସକାଳଖବର):ବ୍ରହ୍ମ ବିଭ୍ରାଟ ପଛରେ ରହିଛି କାହାର ହାତ? ଏନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ ଉଠିଛି। ୩ ବର୍ଷ ପରେ ଶ୍ରୀମନ୍ଦିର ପ୍ରଶାସନ ୧୧ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏମାନଙ୍କ ଭିତରେ ୧୦ ଜଣ ଦଇତାପତି ରହିଥିବା ବେଳେ ଜଣେ ମହାରଣା ସେବାୟତ ଅଛନ୍ତି। ସବ୍ କମିଟି ବ୍ରହ୍ମବିଭ୍ରାଟ ରିପୋର୍ଟ ତର୍ଜମା କରିବା ପରେ ଏହି ନୋଟିସ୍ ଜାରି କରିଛି। ଯେଉଁ ୧୧ ଜଣ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି ସେମାନେ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେବାୟତଙ୍କ ଉତ୍ତର ସନ୍ତୋଷଜନକ ହେବ ନାହିଁ ତାହାଲେ ୩ ମାସ ଭିତରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଫୌଜଦାରୀ ମାମଲା ରୁଜୁ କରିବାକୁ ସପାରିଶ କରିଛି ଶ୍ରୀମନ୍ଦିର ପ୍ରଶାସନ। ୨୦୧୫ରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ନବକଳେବର ହୋଇଥିଲା। ଜୁନ୍ ୧୫ ରାତିରେ ବ୍ରହ୍ମ ସଂସ୍ଥାପନ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। କିନ୍ତୁ ସେତେବେଳେ ବିଶୃଙ୍ଖଳା ଦେଖାଦେଇଥିଲା। ୧୬ ତାରିଖ ଦିନ ବେଳେ ବ୍ରହ୍ମ ସଂସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଥିଲା।