ପରଲୋକରେ ହଲିଉଡ୍‌ ଅଭିନେତା ଫ୍ରେଡ୍‌ ୱାର୍ଡ

May 15, 2022 - 04:54
 60
ପରଲୋକରେ ହଲିଉଡ୍‌ ଅଭିନେତା ଫ୍ରେଡ୍‌ ୱାର୍ଡ
ମୁମ୍ବାଇ ୧୫।୦୫ : ହଲିଉଡ୍‌ର ଦିଗଜ ଅଭିନେତା ଫ୍ରେଡ ୱାର୍ଡ ଦୁନିଆଙ୍କୁ ଅଲବିଦା କହିଛନ୍ତି । ୭୯ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତ୍ୟୁରେ ହଲିଉଡ୍‌ର ଇଣ୍ଡଷ୍ଟ୍ରିରେ ଶୋକ ଛାୟା ଖେଳି ଖେଳିଯାଇଛି । ପ୍ରଶଂସକ ଓ ବଡ ବଡ ସେଲେବ୍‌ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଛନ୍ତି । ‘ଟ୍ରେମର୍ସ’, ‘ ଏସ୍କେପ୍‌ ଫ୍ରମ୍‌ ଆଲକାଟ୍ରାଜରୁ ‘ ଏବଂ ‘ଦି ରାଇଟ୍ ଷ୍ଟଫ୍’ ଭଳି ଫିଲ୍ମରେ ଦମ୍‌ଦାର ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ପରିବାରର ପକ୍ଷରୁ ମୃତ୍ୟୁର କାରଣ ବିଷୟରେ କୌଣସି ସୂଚନା ମିଳି ନାହିଁ । ଫ୍ରେଡ ୱାର୍ଡ ୧୯୬୦ ଦଶକରେ ଆମେରିକାର ବାୟୁସେନାରେ ତିନି ବର୍ଷ କାମ କରିଥିଲେ। ସେ ଜଣେ ବକ୍ସର ମଧ୍ୟ ଅଟନ୍ତି। ପରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ କ୍ୟାରିୟର ଚାରି ଦଶନ୍ଧିରୁ ଅଧିକ ଥିଲା । ସେ ୨୦୧୫ରେ ଟେଲିଭିଜନ୍ ଧାରାବାହିକ ‘ଟ୍ରୁ ଡିଟେକ୍ଟିଭ୍’ରେ ତାଙ୍କର ଶେଷ ଭୂମିକା ଗ୍ରହଣ କରିଥିଲେ । ଫ୍ରେଡ୍‌ଙ୍କ ଦମ୍‌ଦାର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।