ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା ଲୋଖଣ୍ଡେ, ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କଲେ ଫଟୋ…

Dec 15, 2021 - 06:28
 71
ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା ଲୋଖଣ୍ଡେ, ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କଲେ ଫଟୋ…
ନୂଆଦିଲ୍ଳୀ ୧୫।୧୨ : ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଟିଭି ଶୋ ‘ପବିତ୍ର ରିସ୍ତା’ ଫେମ୍‌ ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ଭିକି ଜୈନଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବହୁ ଦିନର ଅପେକ୍ଷାର ଦୁହିଁଙ୍କର ହାତଗଣ୍ଠି ପଡିଲା । ଭିକିଙ୍କ ସହ ବିବାହ ଶେଷ ହେବା ପରେ ଅଭିନେତ୍ରୀ ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବିବାହର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହିତ ମଧ୍ୟ ହୋଇଥିଲେ । ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଅଫିସିଆଲ୍‌ ଭାବରେ ଭିକିଙ୍କ ଶ୍ରୀମତୀ ବୋଲି ଘୋଷଣା କରିଛନ୍ତି । ଅଙ୍କିତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କ ପ୍ରଶଂସକ ତଥା ଟିଭି କଳାକାରମାନେ ତାଙ୍କୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇ ଅଭିନନ୍ଦନ ଜଣାଇଛନ୍ତି।ତେବେ ତାଙ୍କ ବିବାହର ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଅଙ୍କିତା କ୍ୟାପସନରେ ଲେଖିଛନ୍ତି – ପ୍ରେମ ଧର୍ଯ୍ୟବାନ କିନ୍ତୁ ଆମେ ନୁହେଁ। ଆଶ୍ଚର୍ଯ୍ୟ! ଆମେ ବର୍ତ୍ତମାନ ଅଫିସିଆଲ ଭାବରେ ମିଷ୍ଟର ଏବଂ ମିସେସ୍‌ ଜୈନ୍‌ । ଏହି ଫଟୋ ସେୟାର କରିବା ମାତ୍ରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ତେଣୁ ତାଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ ତାଙ୍କ ବିବାହ ଲୁକ୍ କିଛି ଅଲଗା ରଖି ଖିଥିଲେ । ଯେମିତି ଦେଖିଲେ ଲାଗୁଥିବା ରାଜା ଆଉ ରାଣୀ । ଅଙ୍କିତା ଲାଲ୍‌ ରଙ୍ଗ ବ୍ୟତୀତ ଏକ ଗୋଲଡେନ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି, ଯାହାର ଭାରୀ ଏବଂ ସୁନ୍ଦର ପଥର କାମ ହୋଇଛି । ତାଙ୍କୁ ରାଜକୀୟ ଦେଖାଇବା ପାଇଁ ଅଙ୍କିତା ଐତିହାସିକ ଅଳଙ୍କାର ବାଛିଥିଲେ । ଅଭିନେତ୍ରୀ ସେହି ସମୟର ସମସ୍ତ ମୁହୂର୍ତ୍ତକୁ ତାଙ୍କ ବିବାହର ଫଟୋକୁ ଏକାଠି ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଦୁହିଁଙ୍କର ହାତ ଧରି ଠିଆ ହୋଇଛନ୍ତି । ଯାହା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ତଥା ଖାସ୍‌ ଲାଗୁଛି ।