ବ୍ରହ୍ମ ବିଭ୍ରାଟରେ ହୋଇଥିଲା ଟଙ୍କା କାରବାର!

Nov 14, 2018 - 17:14
 164
ବ୍ରହ୍ମ ବିଭ୍ରାଟରେ ହୋଇଥିଲା ଟଙ୍କା କାରବାର!
ଭୁବନେଶ୍ୱର,୧୪/୧୧ (ସକାଳଖବର) : ବ୍ରହ୍ମ ବିଭ୍ରାଟ ଘଟଣାରେ ମହାରଣା ସେବାୟତଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସମ୍ପୃକ୍ତ ସମିତି ପକ୍ଷରୁ କୁହାଯାଇଛି । ଠାକୁରଙ୍କୁ ଗଢିବା ତାଙ୍କ ଦାୟିତ୍ୱ । ଦାରକୁ ଚିହ୍ନଟ କରିବା ଦଇତାପତିମାନଙ୍କ ଦାୟିତ୍ୱ । ସେମାନେ ନିଦେ୍ର୍ଧାଷ । ବ୍ରହ୍ମ ବିଭ୍ରାଟରେ ଟଙ୍କା କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା । ସେ କହିଛନ୍ତି, ଯିଏ ଟଙ୍କା ଦେଲା, ତାଙ୍କ ଦାରୁ ଚିହ୍ନଟ ହେଲା । ଚିହ୍ନଟ ଦାରୁ ପୋଲା ଥିଲା । ଏକଥା ଶ୍ରୀବିଗ୍ରହ ନିର୍ମାଣ ବେଳେ ଆମେ ଜଣାଇଥିଲୁ । ଏହା ସତ୍ୱେ ଦଇତାପତିମାନେ କିଛି କରି ନଥିଲେ । ବିଶ୍ୱକର୍ମାଙ୍କ ପକ୍ଷରୁ ବିଳମ୍ବ ହୋଇ ନଥିଲା ଡେରି ପାଇଁ ଦଇତାପତି ସେବାୟତ ହିଁ ଦାୟୀ । ବିଶ୍ୱକର୍ମାଙ୍କୁ ନିନ୍ଦିତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର । ତାଙ୍କ ପାଖକୁ ନୋଟିସ୍ ଅ ।ସିନାହିଁ । ଆସିବା ପରେ ସେ ଏହାର ଉତର ଦେବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗର ଜବାବ୍ ରେ ଦଇତାପତି ନିଯୋଗ ସହସଂପାଦକ ବିନାୟକ ଦାସମହାପାତ୍ର କହିଛନ୍ତି, କୃଷ୍ଣଙ୍କ ଅଭିଯୋଗ ଭିତିହୀନ । ଦାରୁ ଚୟନ ସହ ସମସ୍ତ କାର୍ଯ୍ୟ ଠିକ୍ ଭାବେ କରାଯାଇଥିଲା ।କୃଷ୍ଣ ମହାରଣା ସେ ସମୟରେ କୌଣସି ପ୍ରକାର ସହଯୋଗ କରୁ ନଥିଲେ । ସୂଚନା ଯୋଗ୍ୟ ୩ ବର୍ଷ ପୂର୍ବେ ନବକଳେବର ସମୟରେ ଆସିଥିବା ବ୍ରହ୍ମ ବିଭ୍ରାଟ ଅଭିଯୋଗ ଘଟଣାରେ ତକ୍ରାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଅ ।ଧାରରେ ପ୍ରଶାସନ ୧୧ ଜଣଙ୍କୁ ନୋଟିସ୍ କରିଛି । ଉକ୍ତ ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କୁ ଏହି ନୋଟିସ୍ କରାଯାଇଛି । ଏଥିରେ ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ଅଭିଯୋଗ କରାଯାଇଛି ।