କାହିଁକି ସମୁଦ୍ରକୁ ଡେଇଁଲେ ବିକି କୌଶଲ ଜାଣନ୍ତୁ

Nov 12, 2021 - 06:20
 65
କାହିଁକି ସମୁଦ୍ରକୁ ଡେଇଁଲେ ବିକି କୌଶଲ ଜାଣନ୍ତୁ
ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ଗତ କିଛି ଦିନ ଧରି ଚର୍ଚ୍ଚା ଯୋର ଧରିଛି। ତେବେ ଆଉ ଦିନ କେଇଟା ପରେ ହାତରୁ ଦିହାତ ହେବାକୁ ଯାଉଥିବା ବିକିଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ବେଶ ଆଶ୍ଚର୍ୟ୍ୟ କରୁଛି। ଯେଉଁଥିରେ ସେ ସମୁଦ୍ରକୁ ଡେଇଁବା ସହିତ, ଜୀଅନ୍ତା କଙ୍କଡା ଖାଉଥିବା ନଜର ଆସୁଛନ୍ତି । ପ୍ରକୃତରେ, ନିକଟରେ ବିକି କୌଶଲ ଆଡଭେଞ୍ଚର ଶୋ’ ‘ଇନ୍ଟୁ ଦ ୱାଇଲ୍ଡ ୱିଥ ବେଅର ଗ୍ରିଲ୍ସ’ରେ ନଜର ଆସିଛନ୍ତି। ଯେଉଁଥିରେ ସେ ଏହି ଶୋ’ର ହୋଷ୍ଟ ବେଅର ଗ୍ରୀଲ୍ସଙ୍କ ସହ ମିଶି ଜବରଦସ୍ତ ଷ୍ଟଣ୍ଟ ଦେଖାଇଛନ୍ତି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ବିକି ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ, ‘ଜୀବନରେ ଥରୁଟିଏ ଦୁଃସାହସିକ କାମ କରି ରୋମାଞ୍ଚକର ଅନୁଭବ ନେବା, ସେ ମଧ୍ୟ ଅନ୍ୟ ଜଣଙ୍କ ସହ ମିଶି। ବେଅର ଗ୍ରିଲ୍ସଙ୍କ ସହ ଆସନ୍ତୁ ଦେଖିବା, ସେ ମୋ ପାଇଁ କ’ଣ ଯୋଜନା କରିଛନ୍ତି ଯାହା ଏବେ ବେଶ ଭାଇରାଲ ହେଉଛି। ତେବେ ଭିଡିଓରେ, ବିକ୍କି ଗଭୀର ସମୁଦ୍ର ଭିତରକୁ ଡେଇଁ ଆଡଭେଞ୍ଚର ଦେଖାଉଛନ୍ତି ତ, ଆଉ କେତେବେଳେ ଜୀବନ୍ତ କଙ୍କଡା ଖାଉଥିବା ଦେଖିବାକୁ ମିଳିଛି।