ଆକ୍ରମଣକାରୀ ଯୁବକକୁ ଜେଲ ଓ ଜୋରିମାନା

Feb 27, 2019 - 21:23
 162
ଆକ୍ରମଣକାରୀ ଯୁବକକୁ ଜେଲ ଓ ଜୋରିମାନା
ବାରିପଦା, ୨୭/୨(ସକାଳଖବର): ବାରିପଦା ସହକାରୀ ଜିଲ୍ଲା ଓ ଦୌରା ଜଜ୍ ବିକାଶ ଚନ୍ଦ୍ର ଦେ ଆଜି ଜୀବନରୁ ମାରିଦେବା ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ଖଡ଼ିପାହାଡ଼ି(ଲହଣ୍ଡାକଚା) ଗ୍ରାମର ବାଲାଇ ମୁର୍ମୁ(୩୫)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୨୪ ଅନୁସାରେ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୮ ଏପ୍ରିଲ ୧୦ ଅପରାହ୍ନ ସାଢେ଼ ୩ଟା ସମୟରେ ଖଡ଼ିପାହାଡ଼ି(ଲହଣ୍ଡାକଚା) ଗ୍ରାମର ହରିହର ମୁର୍ମୁ ନିଜ ଘରେ ବସିଥିବାବେଳେ ଅଭିଯୁକ୍ତ ବାଲାଇ ତାର ସମ୍ପର୍କୀୟ ସାନଭାଇ ସହିତ ଆସି ଜୀବନରୁ ମାରି ଦେବାର ଧମକ ଦେଇ ଏକ ଖଣ୍ଡାରେ ହରିହରର ବେକକୁ ଆକ୍ରମଣ କରିଥିଲା । ମାତ୍ର ଭାଗ୍ୟବଳରେ ଖଣ୍ଡା ବେକରେ ଆଘାତ ନକରି ହରିହରର ଗାଲରେ ଲାଗିଥିଲା ଓ ସେ ଗୁରୁତର ଭାବେ ଆହତ ହୋଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହରିହରକୁ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ହରିହର ଝାରପୋଖରିଆ ଥାନାରେ ଅଭିଯୋଗ କରାଯିବା ପରେ ଥାନାରେ କେଶ ନଂ ୨୯/୧୧.୦୪/୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ ମାମଲାରେ ଥିବା ମୋଟ ୧୦ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତିକରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ଏସକେ ପୁର୍ଷ୍ଟି ପରିଚାଳନା କରିଥିଲେ । ଏଥିସହିତ ଅଭିଯୁକ୍ତ ବାଲାଇ ବର୍ତମାନ ଜେଲରେ ରହିଥିବାର ଜଣାପଡ଼ିଛି ।