ଲାଞ୍ଚୁଆ ଆରଆଇଙ୍କୁ ଜେଲ ଓ ଜୋରିମାନା

Jul 12, 2018 - 14:21
 162
ବାରିପଦା:୧୨/୦୭ (ସକାଳଖବର): ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ଉତ୍ତରାଧିକାରୀ ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ତହସିଲର ଆରଆଇ ତଥା ଚାନ୍ଦୁଆ ଥାନା ଅଞ୍ଚଳର ରୁଦ୍ରପାଳ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ଦୁର୍ନୀତି ନିରୋଧ ଆଇନ ଅନୁସାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ଏଥି ସହିତ ଜୋରିମାନା ଅର୍ଥ ଅନାଦେୟରେ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି ।