ଧଳ ସାମନ୍ତ ଭ୍ରାତାଙ୍କୁ ପୁଲିସ ହାଜର କରାଇବାରେ ବିଫଳ

May 22, 2018 - 15:36
 164
ଧଳ ସାମନ୍ତ ଭ୍ରାତାଙ୍କୁ ପୁଲିସ ହାଜର କରାଇବାରେ ବିଫଳ
କଟକ,୨୧ା୫(ସକାଳଖବର): ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ହତ୍ୟାକାଣ୍ଡ ମାମଲାରେ ସୋମବାର ଜିଲା ଦୌରା ଜଜ ସତ୍ୟନାରାୟଣ ମିଶ୍ରଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ ପାଇଁ ଧାର୍ଯ୍ୟ ଥିବାବେଳେ ବାଲେଶ୍ୱର ଓ ବଲାଙ୍ଗୀର ଜେଲରୁ ଧଳ ସାମନ୍ତ ବ୍ରଦର୍ସଙ୍କୁ ପୁଲିସ ଆଣିବାରେ ଅସମର୍ଥ ହୋଇଥିଲା । ଫଳରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଳ ଧଳସାମନ୍ତଙ୍କୁ କୋର୍ଟରେ ହାଜର କରାଯାଇନଥିଲା । ସେହିପରି ପ୍ରଥମ ସାକ୍ଷୀ ଭାବେ ଦୀପୁ ଓ ଓରଫ୍ ମନୋଜ ମଲ୍ଲିକଙ୍କ ମାଆ ଶାନ୍ତିଲତା ମଲ୍ଲିକ କୋର୍ଟରେ ହାଜର ହୋଇଥିଲେ ହେଁ ଜେରା ଓ ସାକ୍ଷ୍ୟ ଗ୍ରହଣ ହୋଇପାରିନଥିଲା । ତେବେ ଦୁଇ ଭାଇଙ୍କୁ କଣ ପାଇଁ ହାଜର କରାଗଲାନାହି; ସେ ନେଇ କାରଣ ଦର୍ଶାଇବା ପାଇଁ କୋର୍ଟ କମିସନରେଟ ପୁଲିସକୁ ନୋଟିସ ଦେଇଛନ୍ତି । ପରବର୍ତ୍ତୀ ଜେରା ଆସନ୍ତା ୩୦ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ ହୋଇଛି ।