ଆଉ ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Feb 11, 2019 - 19:22
 162
ଆଉ ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧/୨(ସକାଳଖବର): ସୋମବାର ଠାରୁ ରାଜ୍ୟର ସହରାଂଚଳରେ ଆଉ ୩୮ଟି ଆହାର କେନ୍ଦ୍ର ଖୋଲାଯାଇଛି । ଯେଉଁଠାରେ ଦିନ ଓ ରାତିରେ ସୁଲଭ ଦରରେ ଖାଦ୍ୟ ମିଳିପାରିବ । ପ୍ରତିଦିନ ଏକ ଲକ୍ଷ ମିଲ୍ ଦିଆଯିବ । ସମସ୍ତଙ୍କ ସହଯୋଗରେ ଆଗେଇ ଚାଲିଛି । ଖାଦ୍ୟର ଗୁଣବତା ଓ ପରିସ୍କାର .ପରିଚ୍ଛନ୍ନତା ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତିି । ସୋମବାର ଦିନ ସଚିବାଳୟଠାରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ୩୮ଟି ସ୍ଥାନରେ ଆହାର କେନ୍ଦ୍ରର ଲୋକାର୍ପଣ କରିଛନ୍ତିି । ଏହାଫଳରେ ରାଜ୍ୟର ସମସ୍ତ ୧୧୪ଟି ପୌରାଂଚଳରେ ଆହାର କେନ୍ଦ୍ର ଖୋଲାଗଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହାର ଓଡିଶାର ୱେବ ୍ପୋର୍ଟାଲ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଅର୍ବାନଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ସ୍ଲାସ୍ ଆହାର ମଧ୍ୟ ଉନ୍ମୋଚନ କରିଥିଲେ । ଏହି ୱେବସାଇଟ୍ ଦ୍ୱାରା ହାର କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାବ କରିପାରିବେ । ଏହି କାର୍ଯ୍ୟକ୍ରମ ପାଇଁ ନିଜର ଅବଦା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଜନ୍ମଦିନ , ବିବାହ ବାର୍ଷିକୀ ,ଶ୍ରାଦ୍ଧ ବା ଅନ୍ୟକୌଣସି ସ୍ମରଣୀୟ ଦିନରେ ସ୍ୱେଚ୍ଛାକୃତ ଭାବେ ଯେକୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ଖାଦ୍ୟପ୍ରଦାନର ବ୍ୟବସ୍ଥା କରିପାରିବେ । ସୂଚନାଯୋଗ୍ୟ ଯେ ଗତ ୨୦୧୫ ଏପ୍ରିଲ ପହିଲାରେ ରାଜ୍ୟର ୫ଟି ମ୍ୟୁନିସିପାଲଟି କର୍ପୋରେସନ୍ ଅଂଚଳରେ ୨୧ ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା । ମର୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆସରିଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପଦାର୍ଥ ବହନ ପାଇଁ ୬୫ଟି ଗାଡି ଓ ୨,୦୦୦ ଲୋକଙ୍କୁ ନିଯୁକ୍ତିି ଦିଆଯାଇଛି । ବର୍ତମାନ ରାଜ୍ୟର ସମସ୍ତ ପୌରାଂଚଳରେ ୧୫୭ଟି ଆହାର କେନ୍ଦ୍୍ର ଜରିଆରେ ଏହି କାର୍ଯ୍ୟକ୍ରମ ସାମିଲ ହୋଇପାରିଛି । ଏହାହିତ ୫୬ଟି ଡାକ୍ତରଖାନା କ୍ୟାମ୍ପସ୍ ରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧ ହେଉଛି । ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ , ଉନ୍ନୟନ କମିଶନର ଶ୍ରୀ ଅସିତ୍ ତ୍ରିପାଠୀ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ । ନଗର ଉନ୍ନୟନ ପ୍ରମୁଖ ସଚିବ ଜି ମାଥିଭାତନାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୌର ନିଦେ୍ର୍ଧଶକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଦେଇଥିଲେ ।