ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାକୁୁ ସାମିଲ ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

Feb 11, 2019 - 19:21
 214
ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାକୁୁ ସାମିଲ ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୧୧/୨(ସକାଳଖବର): ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାର ଭୂମିହୀନ, ଗରୀବ ଓ ଭାଗଚାଷୀ ମାନଙ୍କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଏହି ଯୋଜନାକୁ ମୁଖମନ୍ତ୍ରୀ ସ୍ୱାଗତ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି କେନ୍ଦ୍ରୀୟ ଯୋଜନା (ପ୍ରଧାନମନ୍ତ୍ରୀ କୃଷକ ଯୋଜନା)ଦ୍ୱାରା ଚାଷୀ ମାନଙ୍କର ଆୟ ବୃଦ୍ଧି ହେବ । ଏଥିପାଇଁ ଶତ ପ୍ରତିଶତ ଅର୍ଥ ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା ରହିଛି । ଉକ୍ତ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଲେ ଓଡ଼ିଶା ଚାଷୀମାନେ ବିଶେଷ ଭାବରେ ଉପକୃତ ହେବେ ଏବଂ ଏହା ଗ୍ରହଣୀୟ ମଧ୍ୟ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକ ମାନଙ୍କର ଆୟ ଏବଂ ଉପôାଦନ ବୃଦ୍ଧି ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସମ୍ପୃକ୍ତ ଯୋଜନା ଦ୍ୱାରା ଚାଷୀ ମାନଙ୍କର ବିକାଶ ହେବା ସହ ଦାରିଦ୍ର୍ୟ ମଧ୍ୟ ଦୂର ହେବ । କହିବାକୁ ଗଲେ କାଳିଆ ଯୋଜନା ଏକ ପ୍ରଗତିଶୀଳ ଯୋଜନା । ଏଥିରେ ଓଡ଼ିଶାର ୯୨ ପ୍ରତିଶତ ଚାଷୀ, ଭାଗଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କୁ ସାମିଲ କରାଯାଇଛି । ଯାହାକି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସେ ବ୍ୟବସ୍ଥା ନାହିଁ । ସେ ଆହୁରି କହିଛନ୍ତି ଯେ, ଗ୍ରାମଂଚଳରେ ପଶୁପାଳନ, ମତ୍ସ୍ୟଚାଷ କରୁଥିବା ଭୂମିହୀନ ଗରୀବ ଲୋକ ମାନଙ୍କୁ ଏଥିରେ ସାମିଲ କରାଯାଇଛି ।୨୦୧୯ ଜାନୁଆରୀ ମାସରେ ଏହି କାଳିଆ ଯୋଜନା କାର୍ଯ୍ୟକାରୀ ହେଉଛି । ଚାଷୀମାନେ ଏଥିପ୍ରତି ବହୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।