ଅବକାରୀ ବିଭାଗ ପକ୍ଷରୁ ମଦ, ପୋଚ ଓ ଗଞ୍ଜେଇ ଗଛ ଜବତ

Feb 15, 2019 - 19:58
 263
ଅବକାରୀ ବିଭାଗ ପକ୍ଷରୁ ମଦ, ପୋଚ ଓ ଗଞ୍ଜେଇ ଗଛ ଜବତ
ଅନୁଗୋଳ, ୧୪/୨(ସକାଳଖବର): ଅନୁଗୋଳ ନିର୍ବାଚନକୁ ଆଖି ଆଗରେ ରଖି ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ, ଗଞ୍ଜେଇ ଜବତ ଅଭିଯାନକୁ ଜୋର କରାଯାଇଛି । ଆଜି ସକାଳେ ଅବକାରୀ ବିଭାଗ ପକ୍ଷରୁ ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମର ପୁଟପାଳସାହି ସ୍ଥି ହରିଜନ ବସ୍ତିରେ ଚଢ଼ଉ କରାଯାଇଥିଲା । ତେବେ ୫ଟି ବିଭିନ୍ନ ଜାଗାରୁ ପ୍ରାୟ ୭୪୦ ଗଞ୍ଜେଇ ଗଛକୁ ଜବତ କରି ନଷ୍ଟ କରିଦିଆଯାଇଥିବାବେଳେ ସେଠାରୁ ପ୍ରାୟ ୬୨୦ କେଜି ମହୁଲ ପୋଚକୁ ମଧ୍ୟ ନଷ୍ଟ କରାଯାଇଥିଲା । ବେଆଇନ ଭାବରେ ଦେଶୀ ମଦ ପ୍ରସ୍ତୁତ ସରଞ୍ଜାମ ଆଦିକୁ ନଷ୍ଟଭ୍ରଷ୍ଟ କରାଯିବା ସହିତ ୮୨ ଲିଟର ଦେଶୀମଦକୁ ଜବତ କରାଯାଇଛି । ଏହି ଚଢ଼ଉରେ ଅନୁଗୋଳ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ ।