ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳି

Feb 15, 2019 - 19:59
 221
ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳି
ଅନୁଗୋଳ, ୧୪/୨(ସକାଳଖବର): ଜମ୍ମୁ ଓ କାଶ୍ମୀରର ପୁଲୁୱାମାଠାରେ ଆଜି ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଉଦ୍ଧ୍ୱର୍ ଯବାନ ଶହୀଦ ହୋଇଥିବାବେଳେ ୨୦ ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଏଖବର ସାରା ଭାରତରେ ଏକ ଶୋକ ଖେଳି ଯାଇଥିବାବେଳେ ସାରା ଭାରତ ଆଜି ଆତଙ୍କୀ ହାମଲାକୁ ଦୃଢ଼ ନିନ୍ଦା କରିଛି । ତେବେ ଆଜି ସନ୍ଧ୍ୟାରେ ସମାଜସେବୀ ପର୍ଶୁରାମ ଦାଶଙ୍କ ପରିଚାଳନାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଞ୍ଜଳୀ ଓ ନୀବର ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଏଠାରେ ସାମ୍ବାଦିକ ଶୁଭ୍ରାଂଶୁ ପ୍ରଧାନ, ସୁଶାନ୍ତ ସାହୁ, ରଘୁନାଥ ସାହୁ, ଜୟନ୍ତ କରଙ୍କ ସମେତ ମହେଶ ଭୋମରାଜ ପ୍ରତାପ ମହାପାତ୍ର, ଆଦିତ୍ୟ ମିଶ, ଆଦ୍ୟାଶ୍ଳୋକ ମିଶ୍ର ଉପସ୍ଥିତ ଥିଲେ ।