ଗଂଜାମରେ ପ୍ରବଳ ବର୍ଷା, ସ୍କୁଲ ଛୁଟି

Aug 7, 2019 - 18:35
 130
ବ୍ରହ୍ମପୁର,୭/୮(ସକାଳଖବର): ଉତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ•ପ ଧୀରେ ଧୀରେ ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା କାରଣରୁ ଏହାର ପ୍ରଭାବରେ ଗଂଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରୀ ରହିଛି । ଏହି କାରଣରୁ ଗଂଜାମ ଜିଲ୍ଲାପାଳ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ଛୁଟି ଘୋଷଣା କରିଛନ୍ତି । ସେହିପରି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ହେଲେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛୁଟିରେ ରହିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି । ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା କରିବେ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହର ମଧ୍ୟ ପ୍ରଭାବିତ ହୋଇଛି । ବିଶେଷକରି ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ବିଭିନ୍ନ ଅଂଚଳରେ ପାଣି ଜମି ରହିଛି । ସେହିପରି ବ୍ରଜନଗର, ଜୟପ୍ରକାଶ ମେନ୍ ରୋଡ୍, ପ୍ରେମ୍ ନଗର ଓ ଗେଟ୍ ବଜାରରେ ମଧ୍ୟ ବର୍ଷା ଯୋଗୁ ପାଣି ଜମି ରହିଛି । ଫଳରେ ଜୀବନ ଯାତ୍ରା ଏକ ପ୍ରକାର ପ୍ରଭାବିତ ହୋଇଛି ।