ଅପରାଜିତା: ପୋଡ଼ିଗଲା ତୁଣର ସୁଆଦ ନାହିଁ

Nov 29, 2018 - 18:14
 466
ଅପରାଜିତା: ପୋଡ଼ିଗଲା ତୁଣର ସୁଆଦ ନାହିଁ
ଭୁବନେଶ୍ୱର,୨୯/୧୧(ସକାଳଖବର): ସଦ୍ୟ ବିଜେପିରେ ଯୋଗଦେଇ ଭୁବନେଶ୍ୱର ଆସିଥିବା ୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଆଗାମୀ ୧ ତାରିଖରେ ଦଳୀୟ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମଟି ପୋଡ଼ିଗଲା ତୁଣର ସ୍ୱାଦ ସହ ସମାନ ହୋଇଗଲା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି । ଅପରାଜିତା ଜଣେ ବରିଷ୍ଠ ସର୍ବଭାରତୀୟ ସେବା ଅଧିକାରୀ । ଚାକିରୀ ଛାଡ଼ି ସେ ରାଜନୀତିରେ ଯୋଗ ଦେଇଛନ୍ତି । ଉଦେ୍ଧଶ୍ୟ ରାଷ୍ଟ୍ରର ବିକାଶ । କିନ୍ତୁ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ଯେପରି ନିଷ୍ପ୍ରଭ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା ତାହା ଆଲୋଚନାର ବିଷୟ ହୋଇଛି । କଥାରେ ଅଛି ପ୍ରଥମ ପ୍ରତିକ୍ରିୟାର ସ୍ଥାୟୀତ୍ୱ ଦୀର୍ଘସ୍ଥାୟୀ । କିନ୍ତୁ ଅପରାଜିତାଙ୍କ ପ୍ରତି ରାଜ୍ୟ ଶାଖା ବିଜେପିର ଆଜିର ପ୍ରତିକ୍ରିୟା ବେଶ ଶୀତଳ ଥିଲା । ଗତ ୨୭ ତାରିଖରେ ଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବା ପରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଗୁରୁବାର ଭୁବନେଶ୍ୱର ଫେରିଥିଲେ । ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ବିଜେପି ପକ୍ଷରୁ ତାଙ୍କୁ ଦଳର ମୁଖପାତ୍ର ଗୋଲକ ମହାପାତ୍ର , ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ଉର୍ମିଳା ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ଦିଲ୍ଲୀପ ମହାନ୍ତି , ସୁଦୀପ୍ତ ରାୟଙ୍କ ସମେତ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତା ଏବଂ ଶତାଧିକ ଦଳୀୟ କର୍ମୀ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । କିନ୍ତୁ କେନ୍ଦ୍ରୀୟ ନେତାଙ୍କୁ ଘଟଣା ସ୍ଥଳରେ ଦେଖିବାକୁ ମିଳିନଥିଲା । ପୂର୍ବତନ ବିଏମ୍ସି କର୍ମଚାରୀ ଓ ସଫେଇ କର୍ମଚାରୀମାନଙ୍କୁ ଦେଖିବାକୁ ମିଳିଥିଲା । ପରେ ପରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ । ସେଠାରେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱର ଫେରିବା ପରେ ସେ କହିଛନ୍ତିି ଯେ ଆଜି ସେ ଘରକୁ ଫେରିଛନ୍ତି । ଲୋକଙ୍କ ସେବା ପାଇଁ ସେ ରାଜନୀତିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି । ମୁଁ ନୁହେଁ ଆମେ ହୋଇ କାର୍ଯ୍ୟ କରିବେ ସେ କହିଥିଲେ । ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୧ ତାରିଖରେ ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଉଦେ୍ଧଶ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହା ପରେ ଶ୍ରୀମତୀ ଷଡଙ୍ଗୀ ସିଧାସଳଖ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । କିଛି ସମୟ ବିନ୍ଦୁସାଗରରେ ଅତିବାହିତ କରିବା ପରେ ଶ୍ରୀମତୀ ଷଡଙ୍ଗୀ ପୁରୁଣା ଭୁବନେଶ୍ୱରର ସ୍ମୃତିକୁ ମଧ୍ୟ ଉପଭୋଗ କରିଥିଲେ । ଋାସ୍ତାକଡରେ ବସି ଚା ପିଇବା ସହିତ ଅଟୋ ଚାଳକ ତଥା ଜନସାଧାରଣଙ୍କ ସହ କଥା ହୋଇ ଆଗାମୀ ଦିନରେ ଭୁବନେଶ୍ୱରର ସହରର ଉନ୍ନତି ପାଇଁ ସେମାନଙ୍କର ସହଯୋଗ କାମନା କରିଥିଲେ । ଆଗାମୀ ଦିନରେ ଦଳର ନିଦେ୍ର୍ଧଶ ମତେ ସମସ୍ତଙ୍କ ସହ ମିଳିମିଶି କାମ କରି ରାଜ୍ୟକୁ ଏକ ପ୍ରଗତୀଶୀଳ ରାଜ୍ୟରେ ଗଢି ତୋଳିବା ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀମତି ଷଢଙ୍ଗୀ ଗଣମାଧ୍ୟମକୁ କହିଥିଲେ ।