ଶାହରୁଖ ଖାନ୍‌ଙ୍କ ଡ୍ରାଇଭରଙ୍କୁ NCBର ଜେରା

Oct 9, 2021 - 14:24
 80
ଶାହରୁଖ ଖାନ୍‌ଙ୍କ ଡ୍ରାଇଭରଙ୍କୁ NCBର ଜେରା
ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ଘରେ ପହଞ୍ଚିଲା ଏନ୍‌ସିବି। ପୁଅ ଆର୍ଯ୍ୟନ୍‌ ଖାନ୍‌ ଗିରଫ ପରେ ବର୍ତ୍ତମାନ ଶାହାରୁଖଙ୍କ ଡ୍ରାଇଭରଙ୍କୁ ପଚରାଉଚରା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। କିଙ୍ଗଖାନ୍‌ଙ୍କ ଡ୍ରାଇଭରଙ୍କୁ ପଚରାଉଚରା ପାଇଁ ପୂର୍ବରୁ ଏନ୍‌ସିବି ସମନ ପଠାଇଥିଲା। ଏହାପରେ ଆଜି ତାଙ୍କ ଡ୍ରାଇଭର ଏନ୍‌ସିବି ଅଫିସରେ ଯାଇ ପହଞ୍ଚିଥିଲେ। ଡ୍ରଗ୍ସ ପାର୍ଟି ମାମଲାରେ ଏବେ ଏନ୍‌ସିବି ତାଙ୍କୁ ଜେରା କରୁଛି। ଆର୍ଯ୍ୟନ୍‌ଙ୍କ ସମ୍ପର୍କରେ ଏନ୍‌ସିବି ତାଙ୍କୁ କଡା ପ୍ରଶ୍ନ କରିଛି।