ଗୌତମ କୁଣ୍ଡୁଙ୍କୁ ୪ଦିନ ଅନ୍ତରୀଣ ଜାମିନ

May 8, 2018 - 15:11
 192
ଗୌତମ କୁଣ୍ଡୁଙ୍କୁ ୪ଦିନ ଅନ୍ତରୀଣ ଜାମିନ
କଟକ,୮ା୫(ସକାଳଖବର): ରୋଜଭ୍ୟାଲି ଗ୍ରୃପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୪ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ଆବେଦନକାରୀ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ଏହି ମାମଲାରେ ସିବିଆଇ ପକ୍ଷରୁ ଅନୁପ କୁମାର ବୋଷ ପରିଚାଳନା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଅଭିଯୁକ୍ତ କୁଣ୍ଡୁକୁ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ୨୦୧୫ ମସିହାରେ ଗିରଫ କରିଥିଲା । ଏହାପରେ ସିବିଆଇ ତାଙ୍କୁ ୨୦୧୬, ଜାନୁୟାରୀ ମାସ ୨୫ତାରିଖରେ କୋଲକତାରୁ ଟ୍ରାଞ୍ଜିଟ ରୁମାଣ୍ଡରେ ଓଡିଶା ଆଣିଥିଲା । ଏହାପରେ ସ୍ୱତନ୍ତ୍ର ସିଜେଏମ କୋର୍ଟରେ ସିବିଆଇ ଜିମାରେ ନେବା ପାଇଁ ଆବେଦନ କରିଥିଲା । କୋର୍ଟ ତାଙ୍କୁ ୯ଦିନିଆ ଜିମାରେ ନେଇ ଜେରା କରିଥିଲା । ତେବେ ସିବିଆଇ ୨୦୧୬, ଜାନୁୟାରୀ ୭ତାରିଖରେ ରୋଜଭ୍ୟାଲି ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ।