ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ, ପୂଜକ ଗିରଫ

Oct 9, 2021 - 14:27
 59
ପୁରୀ : ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ପୂଜକଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସଂଗ୍ରାମ ଦାସ। ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍। ଗତକାଲି ଅପରାହ୍ଣରେ ଶ୍ରୀମନ୍ଦିର ପରିସରରେ ବାମନ ମନ୍ଦିରରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପୂଜକ ସଂଗ୍ରାମ ଦାସ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ଏହି ଘଟଣା ଲୋକଲୋଚନକୁ ଆସିଛି।