ରାଜ୍ୟର କାର୍ଯ୍ୟଧାରାକୁ କେନ୍ଦ୍ରର ସମାଲୋଚନା

May 26, 2018 - 13:50
 142
ରାଜ୍ୟର କାର୍ଯ୍ୟଧାରାକୁ କେନ୍ଦ୍ରର ସମାଲୋଚନା
କଟକ, ୨୬/୫(ସୌଭାଗ୍ୟ ସୁନ୍ଦରରାୟ): ଆଜି କଟକ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ଚାଷ ଓ ଚାଷୀର ଦିଗରେ ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ନିଜ ଶାସନର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ସଫଳତାର ହିସାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କୁ ସମାଲେଚନା କରି ପ୍ରଧାନମନ୍ତ୍ରୀ ଓଡ଼ିଶା ୧୨୦ ପ୍ଲସ ପାଇଁ ଶୁଭ ଦେଇଥିବା ମନେ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା ପରେ ଆଗକୁ ବିଜେପିର ରାଜ୍ୟ ସରକାରୀ ବିରୋଧୀ ସମାଲୋଚନା ଅଧିକ ଶାଣିତ ହେବ ବୋଲି ଆଶା କରାଯାଉଛି । ଯେଉଁ ମହାନଦୀକୁ ନେଇ ରାଜ୍ୟର ଆଞ୍ଚଳିକ ଦଳ ବିଜେଡ଼ି ଆନେ୍ଦାଳନ ଚଳାଇଛି ଉକ୍ତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ମହାନଦୀ ଜଳକୁ ଚାଷୀଙ୍କୁ ଯୋଗାଇବାରେ ରାଜ୍ୟ ସରାକର ବିଫଳ ହୋଇଛନ୍ତି । ୨୦ ବର୍ଷ ଧରି ପଶ୍ଚିମ ଓଡ଼ିଶାରେ ଲୋୟର ଯୋଙ୍କ ପ୍ରକଳ୍ପ ନିର୍ମାଣ ଚାଲିଥିଲେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟ କଣ ପାଇଁ ଶେଷ ହୋଇନାହିଁ ବୋଲି ମୋଦୀ ପ୍ରଶ୍ନ କରିଥିଲେ । କେବଳ ମହାନଦୀ ନୁହେଁ ରାଜ୍ୟରେ ପ୍ରବାହିତ ଅନ୍ୟ ୫ଟି ନଦୀର ବିକାଶ ପାଇଁ ସରକାର ପଦକ୍ଷେପ ନେଇନାହାଁନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ଦିଗରେ ରାଜ୍ୟ ସରକାର ଯତ୍ନବାନ ନୁହଁନ୍ତି । କେନ୍ଦ୍ର ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ଠିକ୍ ଭାବେ ନିଜ ଦାୟିତ୍ୱ ନିର୍ବାହ କରୁନାହାଁନ୍ତି ବୋଲି ସଭାରେ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ ।