ଯୁବଶକ୍ତିକୁ ନୂଆ ସମୟର ଦକ୍ଷତା ସହ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ – ଧର୍ମେନ୍ଦ୍ର ପ୍ରଧାନ

Oct 6, 2018 - 20:14
 238
ଯୁବଶକ୍ତିକୁ  ନୂଆ ସମୟର ଦକ୍ଷତା ସହ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୬/୧୦ (ସକାଳଖବର): ଭାରତ ହେଉଛି ଯୁବ ଶକ୍ତିର ଦେଶ । ଯୁବ ଶକ୍ତି ହେଉଛନ୍ତି ଆମର ସମ୍ପତି । ଦେଶର ଯୁବକ ମାନଙ୍କର ଅଭିଳାଷ, ଆକାଂକ୍ଷାକୁ ଚିହ୍ନି ଏହାକୁ ସୁଯୋଗ ସହିତ ଯୋଡିବା ଆମ ପାଇଁ ଏକ ଆହ୍ୱାନ । ଆମର ଶିକ୍ଷା ବ୍ୟବସ୍ଥା ଜ୍ଞାନ ପ୍ରଦାନ ଓ ସଶକ୍ତିକରଣ କରୁଥିବା ବେଳେ ଯୁବ ଶକ୍ତିଙ୍କୁ ରୋଜଗାର ମିଳିପାରିବା ଭଳି ସାମର୍ଥ୍ୟ ପ୍ରଦାନ କିପରି କରି ପାରିବ ସେ ଦିଗରେ ଧ୍ୟାନ ଦିଆ ଯିବାର ଆବଶ୍ୟକତା ରହିଛିା ଭୁବନେଶ୍ୱରରେ କ୍ଲୋଜିଙ୍ଗ ଦି ସ୍କିଲ ଗ୍ୟାପ ଶୀର୍ଷକରେ ଆୟୋଜିତ କର୍ମଶାଳାରେ ଅଧ୍ୟକ୍ଷତା କରି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମବୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବ ଶକ୍ତିକୁ ନୂଆ ସମୟର ଦକ୍ଷତା ସହ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ବଜାରର ଚାହିଦାକୁ ଆଖି ଆଗରେ ରଖିବାକୁ ହେବ । ମହିଳା ମାନଙ୍କୁ କାମ ଯୋଗାଇ ଦେବା ଦ୍ୱାରା ଆମ ଦେଶର ଜିଡିପିରେ ବୃଦ୍ଧି ହେବା ସହ ସାମାଜିକ ପରିବର୍ତନରେ ଏହା ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବିଶ୍ୱ ଇକୋନୋମିକ ଫୋରମ ପକ୍ଷରୁ ଭୁବନେଶ୍ୱରରେ କ୍ଲୋଜିଙ୍ଗ ଦି ସ୍କିଲ ଗ୍ୟାପ କର୍ମଶାଳା କରୁଥିବାରୁ ଶ୍ରୀ ପ୍ରଧାନ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ପୂର୍ବ ଓଡିଶାର ଭୁବନେଶ୍ୱର ଏକ ପ୍ରଗତିଶୀଳ ସହର ଓ ଯୁବଶକ୍ତିର ମୁଖ୍ୟ କେନ୍ଦ୍ର ହୋଇଥିବାରୁ ଏହି କର୍ମଶାଳାରେ ଆଲୋଚନା ସ୍କିଲ ଗ୍ୟାପକୁ କମ କରିବାରେ ସହାୟକ ହେବ । ଓଡିଶା ପ୍ରତି ବିଶେଷ ଧ୍ୟାନ ଦେଇ ଏହି ଅବସରରେ ଶ୍ରୀ ପ୍ରଧାନ ବ୍ରୁନେଇ ଆକୋର୍ଡ- ସ୍କିଲ ଡେଭଲପମେଂଟ ଇନ ଓଡିଶା - ଏ ରୋଡ ମ୍ୟାପ ଫର ପ୍ରଗ୍ରେସିଭ ଫ୍ୟୁଚର ନାମକ ରିପୋର୍ଟର ଲୋକାର୍ପଣ କରିଥିଲେ । ଉଲ୍ଲେଖନୀୟ ଯେ ଭୁବନେଶ୍ୱରରେ ୱାଲଡ ଇକୋନମିକ ଫୋରମର ଆନୁକୂଲ୍ୟରେ ଦକ୍ଷତା ବିକାଶ ଓ ଭବିଷ୍ୟତ ଚାକିରୀ ଓ ରୋଜଗାର ସୁଯୋଗ ମଧ୍ୟରେ କିପରି ବ୍ୟବଧାନ କମ କରାଯାଇ ପାରିବ ଏହା ଉପରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳା ଭିନ୍ନ ଭିନ୍ନ ଦିଗରୁ ଦକ୍ଷତା ବିକାଶ ପାଇଁ କରାଯାଉଥିବା ଉଦ୍ୟମକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ଭବିଷ୍ୟତର ଆବଶ୍ୟକତା ଅନୁସାରେ ଦକ୍ଷତା ବିକାଶ ପାଇଁ ଆବଶ୍ୟକୀୟ ସମୟପେଯାଗୀ ପଦକ୍ଷେପ ଉପରେ ଆଲୋଚନା କରା ଯାଇଥିଲା ।